ଆତଙ୍କୀ ଲିଙ୍କ ମାମଲାରେ ଅବଦୁର ରେହମାନ ନିର୍ଦୋଷରେ ଖଲାସ
କଟକ, ୨୬/୦୫ ( କାହୁଁ ଚରଣ ବାରିକ ) : ଆତଙ୍କି ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା ଅବଦୁର ରେହମାନ ନିର୍ଦୋଷରେ ଖଲାସ ହେଲେ। ଉପଯୁକ୍ତ ପ୍ରମାଣ ଅଭାବରୁ ଅବଦୁରଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି କଟକ ଜିଲ୍ଲା ଦୌରା ଜଜ କୋର୍ଟ। ୨୦୧୬ ମସିହାରେ ସାଲେପୁର ପଶ୍ଚିମକଛ ଗାଁରୁ ଅବଦୁର ଗିରଫ ହୋଇଥିଲେ।