Hot Posts

6/recent/ticker-posts

ନିଖିଲ ହତ୍ୟାକାଣ୍ଡ ଘଟଣାକୁ ନେଇ ପୁଣି ଅଶାନ୍ତ ରାୟଗଡା ସହର।

ରାୟଗଡ଼ା, ୨୩/୦୫ ( ଭି. ଗୌରି ଶଙ୍କର ରାଓ ) : ନିଖିଲ ହତ୍ୟାକାଣ୍ଡ ଘଟଣାରେ କିଛିଦିନର ନୀରବତା ପରେ ପୁଣି ଅଶାନ୍ତ ରାୟଗଡା ସହର,ସହରର ପିଟଲା ସାହିରେ ପଶି ରେଲି ସାହିର କିଛି ଯୁବକ ଲୋକଙ୍କୁ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦରେ ପିଟଲା ସାହିର ଲୋକେ ଥାନାରେ ଅଭିଯୋଗ କରିଥିଲେ,ସେହି ସମୟରେ ରେଲି ସାହିର କିଛି ଯୁବକ ପହଞ୍ଚି ଗାଳିଗୁଲଜ କରିବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା । ଏଭଳିକି ଥାନା ସମ୍ମୁଖରେ ମାରପିଟ ସହିତ ଢେଲା ମାଡ଼ ମଧ୍ୟ ଘଟିଛି।jଯାହାକୁ ନେଇ ଥାନା ପରିସର ରଣକ୍ଷେତ୍ର ପାଲଟିଥିଲା। ଏଥିରେ ଉଭୟ ଗୋଷ୍ଠୀର ୩ ଜଣ ଆହତ ହୋଇଛନ୍ତି। ଆହାତମାନେ ହେଲେ ପିଟିଲାସାହିର ଆନ୍ନାମାଝୀ ଯାକକା, ତ୍ରିନାଥ ମେଲେକା ଓ ରେଲି ସାହିର ଶୁଣ୍ଢୀ ସୂରଜ I ପୋଲିସ ଆହତ ମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।ଅନ୍ୟପକ୍ଷରେ ଘଟଣା ସ୍ତଳରେ ଉତେଜନା ପରିସ୍ଥିତି କୁ ଲକ୍ଷଖି ବ୍ୟପକ ପୋଲିସ ମୃତୟନ କରାଯାଇଛି।