ଖଡ଼ିଆଳ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ମହିଳା କମିଶନ ଦ୍ୱାରା ବ୍ଲକ ସ୍ତରୀୟ ମହିଳା ଆଇନ ସଚେତନ ଶିବିର ଅନୁଷ୍ଠିତ
ନୂଆପଡ଼ା, ୧୩/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସ୍ତରୀୟ ଆଇନ ସଚେତନ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ କୁ ଖଡ଼ିଆଳ ସମନ୍ୱିତ ଶିଶୁ ବିକାଶ ବିଭାଗ ଆୟୋଜନ କରିଥିବା ବେଳେ ମହିଳା ମାନେ ନିଜ ଅଧିକାର କୁ ହାସଲ କରିବାକୁ ହେଲେ ଆଇନ ଉପରେ ସଚେତନ ହେବା ନିତାନ୍ତ ଜରୁରୀ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ। ସରକାର ପକ୍ଷ ରୁ ମହିଳା ସୁରକ୍ଷା ଏବଂ ଅଧିକାର ପ୍ରଦାନ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ମହିଳା ସୁଭଦ୍ରା ଶକ୍ତି, ବେଟୀ ପଢ଼ାଉ ବେଟୀ ବଢାଉ, ନାରୀ ଶକ୍ତି ବନ୍ଦନ ଯୋଜନା, ବାଳିକା ସମୃଦ୍ଧ ଯୋଜନା, ଅଭ୍ଲି ଅନେକ କାର୍ଯ୍ୟକ୍ରମ ଚାଲିଅଛି। ବିଶେଷ କରି ଆଶା ଅଙ୍ଗନୱାଡି କର୍ମୀମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ମହିଳା କମିଶନ ସଦସ୍ୟା ମୁକ୍ତା ସହୁଭୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଯୋଗ ଦେଇ ମହିଳାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ସଚେତନ ଦ୍ୱାରା ତାର ସୁଫଳ ନେବା ସହଜ ହୋଇଥାଏ ବୋଲି କହିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଏସ ଗୀତା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ମଞ୍ଜୁ ଶୁକ୍ଲା, ଜିଲ୍ଲା ମିଶନ ସଂଯୋଜକ ଆଶିଷ ଯୋଗ।