ବେହେରାରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ
ଧର୍ମଗଡ଼, ୨୪/୦୫ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା ,ଧର୍ମଗଡ ବ୍ଲକ, ବେହେରା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଷୋହଳ ପ୍ରହର ନାମ ଯଜ୍ଞରେ ଜ୍ୟୋତିର୍ବିଦ ଭୁପେଶ ତିୱାରୀ ଓ ଜଗନ୍ନାଥ ମନ୍ଦିର ପୂଜକ ମୋହନ ତିୱାରୀ ପୂଜା କାର୍ଯ୍ୟ ସଂପାଦନ କରୁଥିବା ବେଳେ ବିକାଶ ଅଗ୍ରୱାଲ ଓ ଜ୍ୟୋତି ଅଗ୍ରୱାଲ କର୍ତ୍ତା ଭାବେ ଦାୟିତ୍ୱ ନେଇଛନ୍ତି। ସଭାପତି ଲଲିତ ମୋହନ ଅଗ୍ରୱାଲ ଓ ସମ୍ପାଦକ ବବଲୁ ଅଗ୍ରୱାଲଙ୍କ ନେତୃତ୍ୱରେ ସମଗ୍ର ବ୍ୟବସ୍ଥା ସୁଚାରୁ ଭାବେ ସମ୍ପନ୍ନ କରିବାକୁ ପ୍ରୟାସ ଚାଲିଛି।ଏହି କାର୍ଯ୍ୟରେ ଗ୍ରାମର ତୁଳସୀ ରାମ ବାରିକ, ରଜନୀ ନାଏକ, ମଣ୍ଟୁ ଅଗ୍ରୱାଲ, ହେମାଳ ନାଏକ, ଡମ୍ବରୁ ଗୋପାଳ, ଭକଚନ ନାଏକ, କ୍ଷୀରସିନ୍ଧୁ ବାଣୁଆ, ଲମ୍ବୁ ସାହୁ, ଗ୍ରାମ ମାଟିଦେବତା ପୁଝାରୀ ସହିତ ଅନ୍ୟ ସମସ୍ତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଅଛି । ଡୋଳାମଣି ମହାରଣା, ବଳିଆ ମିଶ୍ରଙ୍କ ଭଳି ଆଠଟି କୀର୍ତ୍ତନ ଦଳକୁ ନିମନ୍ତ୍ରଣ କରାଯାଇଥିବାରୁ ଏ ବର୍ଷ ନାମ ଯଜ୍ଞରେ ପ୍ରବଳ ଜନ ସମାଗମ ହେବାର ଆଶା କରା ଯାଉଛି।କାର କଳସ ଯାତ୍ରା ପରେ ୨୫ ତାରିଖରୁ ନାମ ଯଜ୍ଞ ଆରମ୍ଭ ହେବା ସହ ୨୭ ତାରିଖରେ ନାମ ସମାପନ, ଦଧିହଣ୍ଡି ଭଗ୍ନ ଓ ପୂର୍ଣ୍ଣାହୂତି ରହିଥିବା ଯଜ୍ଞ କମିଟି ପକ୍ଷରୁ ସୂଚନା ମିଳିଛି।