କୋକସରା ୨୫/୦୫ ( ରିତେଶ କୁମାର ମୁଣ୍ଡ ) : କୋକସରା ବ୍ଲକ ଅନ୍ତର୍ଗତ ମହିମା ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଡ଼ମ୍ବ ସମାଜର କର୍ମକର୍ତ୍ତା ଚୟନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସମାଜର ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ସମାଜର ଏକତା, ଉନ୍ନତି ଓ ସାମୁହିକ ମଙ୍ଗଳକୁ ଲକ୍ଷ୍ୟ କରି ଏହି ବୈଠକ ଆୟୋଜିତ ହୋଇଥିଲା । ଉକ୍ତ ବୈଠକରେ ଆମପାଣି ଜୋନ ଡ଼ମ୍ବ ସମାଜର ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ସହଯୋଗ ଓ ପରାମର୍ଶ ପାଇଁ ଆମନ୍ତ୍ରଣ କରାଯାଇଥିଲା ।ବୈଠକରେ ଆମପାଣି ଜୋନ ସଭାପତି ତଥା କୋକସରା ବ୍ଲକ ଡ଼ମ୍ବ ସମାଜ ସଭାପତି ଶ୍ରୀ ବନମାଳୀ ବାଗ, ସମ୍ପାଦକ ଶ୍ରୀ କ୍ଷେତରାମ ପାତ୍ର, କୋଷାଧକ୍ଷ ଶ୍ରୀ ନୀଳମଣି ଖମାରୀ , କୋକସରା ବ୍ଲକ ଡ଼ମ୍ବ ସମାଜ ର ବରିଷ୍ଠ ପରିଚାଳକ ଶ୍ରୀ ରଘୁନାଥ ଖମାରୀ , ସାନ ପୋଡାଗୁଡା ଗ୍ରାମ ପଞ୍ଚାୟତ ସଭାପତି ଶ୍ରୀଧନୁର୍ଯ୍ୟୟ ବାଗ, ବଡ଼ ପୋଡାଗୁଡା ଗ୍ରାମ ପଞ୍ଚାୟତ ସଭାପତି ଶ୍ରୀ ଧର୍ମୁ ଦୁର୍ଗା, ସକ୍ରିୟ ସଭ୍ୟ ଶ୍ରୀ ଖଗେଶ୍ୱର ପାଣିଗ୍ରାହୀ ଓ ମହିମା ଗ୍ରାମ ପଞ୍ଚାୟତର ପୂର୍ବତନ ସଭାପତି ଶ୍ରୀ ଭୁବନେଶ୍ୱର ନାଏକଙ୍କ ସହ ମହିମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଭାତ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।ସମସ୍ତଙ୍କ ଆଲୋଚନା, ପରାମର୍ଶ ଓ ସର୍ବସମ୍ମତି କ୍ରମେ ଏକ ନୂତନ ଗ୍ରାମ ପଞ୍ଚାୟତ କମିଟି ଗଠନ କରାଯାଇଥିଲା । ନୂତନ କମିଟିର ସଭାପତି ଭାବେ ଶ୍ରୀ ନକୁଳ ନାଏକ, ସମ୍ପାଦକ ଭାବେ ଶ୍ରୀ ସନାତନ ସୁନାନୀ, ଉପସଭାପତି ଭାବେ ଶ୍ରୀ ବିକ୍ରମ ନାଏକ ଓ କୋଷାଧକ୍ଷ ଭାବେ ଶ୍ରୀ ଗୁପ୍ତେଶ୍ୱର ପାତ୍ରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ।ସେହିପରି ଆମପାଣି ଜୋନ ରେ ଡ଼େଙ୍ଗାଗୁଡ଼ା ତେନ୍ତୁଳିପଡାରେ ପ୍ରଥମ ଥର ପାଇଁ ମହିଳା ଭାତ କମିଟି ଗଠନ କରାଯାଇଛି।ସଭାନେତ୍ରୀ ଭାବେ ତଣ୍ମୟୀ ସୁନାନୀ, ଉପସଭା ନେତ୍ରୀ ସରସ୍ବତୀ ସୁନାନୀ, ସମ୍ପାଦିକା କାଞ୍ଚନା ସୁନାନୀ, ସହ ସମ୍ପାଦିକା ତ୍ରିପୁରା ସୁନାନୀ, କୋଷାଧ୍ୟକ୍ଷ ସୁରେଖା ସୁନାନୀ ଙ୍କୁ ସର୍ବ ସମ୍ବତିକ୍ରମେ ଚୟନ କରାଯାଇଛି।ମହିଳା ନୂତନ କମିଟି ଗଠନ ପରେ ସଭାସ୍ଥଳୀରେ ଖୁସି ଓ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା ।ଏହି ଅବସରରେ ଜୋନ କମିଟି ପକ୍ଷରୁ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ପୁଷ୍ପଗୁଚ୍ଛ ଓ ଅଭିନନ୍ଦନ ଜଣାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମାଜର ଉନ୍ନତି, ଯୁବପିଢିଙ୍କ ସଚେତନତା ଓ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ସମସ୍ତେ ଏକତାବଦ୍ଧ ହୋଇ କାର୍ଯ୍ୟ କରିବାକୁ ସଙ୍କଳ୍ପ ନେଇଥିଲେ ।ବୈଠକକୁ ସଫଳ କରିବାରେ ଶ୍ରୀ କୁର୍ତ୍ତିକ ପାତ୍ର, ଶ୍ରୀ ମାଧବ ଭରତିଆ, ଶ୍ରୀ ରାଜମୋହନ ନାଏକ, ଶ୍ରୀ ସେନାପତି ନିଆଲ, ଶ୍ରୀ ନରେନ୍ଦ୍ର ବାଗ, ଶ୍ରୀ ହୁକୁମୀ ସୁନାନୀ, ଶ୍ରୀ ରୋଶନ ମହାନନ୍ଦ, ଶ୍ରୀ ଟିକେଶ୍ୱର ନାଏକ, ଶ୍ରୀ ସୁରେଶ ଠାକୁର ସହ ସମସ୍ତ କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ ।