Hot Posts

6/recent/ticker-posts

କଟକରେ_ପୋଲିସର_ଫ୍ଲାଗ୍_ମାର୍ଚ୍ଚ

କଟକ, ୨୭/୦୫ ( କାଁହୁ ଚରଣ ବାରିକ ) : କଟକ ସହରରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ଜୋନ୍–୫ ଏସିପିଙ୍କ ନେତୃତ୍ୱରେ ଚାଉଳିଆଗଞ୍ଜ ଓ ସିଆରଆରଆଇ ଥାନା ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ଆୟୋଜନ କରାଯାଇଥିଲା। ଏହି ଫ୍ଲାଗ୍ ମାର୍ଚ୍ଚ ଓଏମ୍‌ପି ଛକରୁ ଆରମ୍ଭ ହୋଇ ସହରର ବିଭିନ୍ନ ସଂବେଦନଶୀଳ ଅଞ୍ଚଳ ଓ ପ୍ରମୁଖ ରାସ୍ତା ଦେଇ ପରିକ୍ରମା କରିଥିଲା। ପୋଲିସର ଏହି ପଦକ୍ଷେପ ଦ୍ୱାରା ସାଧାରଣ ଲୋକଙ୍କ ମନରେ ସୁରକ୍ଷାର ଭାବନା ବୃଦ୍ଧି ପାଇଥିବା ବେଳେ, ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା ପ୍ରତି ପୋଲିସର ସଚେତନତା ସ୍ପଷ୍ଟ ହୋଇଥିଲା। ଫ୍ଲାଗ୍ ମାର୍ଚ୍ଚ ସମୟରେ ପୋଲିସ କର୍ମଚାରୀମାନେ ସାଧାରଣ ଲୋକଙ୍କୁ ଶାନ୍ତି ଓ ସମ୍ପ୍ରୀତି ବଜାୟ ରଖିବାକୁ ଆହ୍ୱାନ କରିଥିଲେ।

କଟକ ରୁ କାଁହୁ ଚରଣ ବାରିକ
ନବଦୂତ News