ମା ତପେଶ୍ବରୀଙ୍କ ନବଦିନ ଘଟ ଯାତ୍ରା ଅନୁଷ୍ଠିତ
ଝରିଗାଁ, ୦୨/୦୪ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚାଟିଗୁଡା ପଂଚାୟତ ଅଧୀନ ଗୁଚାଗୁଡା (ବିଜାପୁର) ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ତପେଶ୍ବରୀଙ୍କ ନବଦିନ ଘଟଯାତ୍ରା ଅନୁଷ୍ଠିତ ହୋଇଯାଇଛି |ପ୍ରଥମ ଦିବସରେ ଏକ ବିଶାଳ କଳସ ଯାତ୍ରା ର ଆୟୋଜନ ଦେଖିବାକୁ ମିଳିଛି | ଏହି ଅବସରେ ତିନି ଗ୍ରାମର ସାହସ୍ରାଧିକ ମହିଳା ଓ ଯୁବତୀ ଯୋଗ ଦେଇ ବୁଡ଼ା ବନ୍ଦ ରୁ ରୀତିନୀତି ଅନୁସାରେ ପୂଜାର୍ଚନା ପରେ କଲସିରେ ଜଳ ଉଠେଇ ଗୁଚାଗୁଡା ମଣ୍ଡପ ନିକଟକୁ ନେହି ଥିବା ଦେଖିବାକୁ ମିଳିଛି | ତପେଶ୍ୱରୀ ପୂଜାରୀ ମାନସିଙ୍ଗ ଏବଂଭଣ୍ଡାର ଘରଣୀ ପୂଜାରୀ ମୁନିରାମ ଶିରା, ଅଜୁର୍ନ ଭତ୍ରା, ମଙ୍ଗଳ ପୂଜାରୀ, ସଦା ପୂଜାରୀ, ଡମ୍ବରୁ ନାୟକ, ମନବଧ ମାଝୀ,ଚଲାଣ,ଖଗପତି ମାଝୀ ଏବଂ ଗ୍ରାମର ସମସ୍ତ ରହିତ ଉପସ୍ଥିତରେ ରୀତିନୀତି ଅନୁଯାୟୀ ପୂଜାର୍ଚନା କରି ବନ୍ଦରୁ ପାଣି ଉଠେଇ ଏକ ବିଶାଳ ଶୋଭାଯାତ୍ରା ରେ ଗ୍ରାମର ମଣ୍ଡପରେ ପହଂଚି କଳସ ସ୍ଥାପନ କରିଥିଲେ | ଏହି ଶୋଭା ଯାତ୍ରାରେ ମହୁରୀ ବାଜା ସାମିଲ ଥିବା ବେଳେ ତିନି ଗ୍ରାମର ସହସ୍ରାଧିକ ଜନସାଧାରଣ ଯୋଗ ଦେହିଥିଲେ | ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମ ଗୁରୁବାର ୦୨/୪/୨୬ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ୯ ତାରିଖ ଯାଏ ଚାଲିବାକୁ ଥିବା ବେଳେ ଆସନ୍ତା ଗୁରୁବାର ଦିନକୁ ମନରଞ୍ଜନ ପାଇଁ ଏକ ନାଟକ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯଇଥିବା ସୂଚନା ମିଳିଛି |