ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ଓଡ଼ିଶା ଦିବସ ପାଳିତ
ତେନ୍ତୁଳିଖୁଣ୍ଟି, ୦୨/୦୪ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ଓଡ଼ିଶା ଦିବସ ପଞ୍ଚାୟତ ସେମିତି,ବ୍ଲକ ଶିକ୍ଷା ବିଭାଗ ମିଳିତ ଭାବେ ତେନ୍ତୁଳିଖୁଣ୍ଟି ସ୍ଥିତ ପି ଏମ ଶ୍ରୀ ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପାଳନ କରାଯାଇଛି। ଗୋଷ୍ଟି ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ , ଉଚ୍ଚ ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ ଭତ୍ରା ପ୍ରମୁଖ ବିଦ୍ୟାଳୟ ପରିସରରେ ଥିବା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ସମର୍ପଣ ରୁ ଆରମ୍ଭ କରାଯାଇଥିଲା। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବ୍ୟାଣ୍ଡ ସହ ପ୍ୟାରେଡ୍ କରି ଅଭିବାଦନ ଜଣାଇଥିଲେ। ବିଡ଼ିଓ ମନୋଜ ପାଣିଗ୍ରାହୀ ବ୍ୟାଣ୍ଡ ବଯାଉଥିବା ଛାତ୍ର ଛାତ୍ରୀ ଙ୍କୁ ପ୍ରୋତ୍ସାହିତ କରିବା ପରିଦୃଶ୍ୟ ହୋଇଥିଲା। ଆଜିଠାରୁ ଓଡ଼ିଆ ପକ୍ଷ ପାଳନ ର ଶୁଭାରମ୍ଭ କରାଯାଇଥିବା ସୂଚନା ଦିଆଯାଇଥିଲା।ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନ ହୋଇ ନବେ ବର୍ଷ ପୂରଣ ହୋଇଛି ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଓ ରାଜ୍ୟ ସରକାର ଙ୍କ ୨୦୩୬ ସମୃଦ୍ଧ ଓଡ଼ିଶା ଗଠନ ରେ ଛାତ୍ର ଛାତ୍ରୀ ହିଁ ମୁଖ୍ୟ ବିନ୍ଧାଣୀ ବୋଲି ମତ ରଖିଥିଲେ ବିଡ଼ିଓ । ଏହି କାର୍ଯ୍ୟକ୍ରମ ରେ ଏ ବି ଇ ଓ କୁଳରଞ୍ଜନ ସୁନା ସମେତ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
ଓଡ଼ିଆ ପକ୍ଷ' ପାଳନର ଦୈନିକ କାର୍ଯ୍ୟକ୍ରମ ସୂଚୀ ସମ୍ପର୍କରେ ସୂଚନା ଦିଆଯାଇଥିଲା।
ଏପ୍ରିଲ ୧ (ଓଡ଼ିଶା ଦିବସ): ରାଜ୍ୟ, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଉତ୍ସବ ପାଳନ।
ଏପ୍ରିଲ ୨ (ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ): ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁମାନଙ୍କ ପାଇଁ ଶିକ୍ଷା ଆରମ୍ଭ କାର୍ଯ୍ୟକ୍ରମ।
ଏପ୍ରିଲ ୩ (ଆମ ପୋଷାକ, ଆମ ପରିଚୟ): ପାରମ୍ପରିକ ଓଡ଼ିଆ ପୋଷାକ ଓ ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଦିବସ।
ଏପ୍ରିଲ ୪ (ଓଡ଼ିଆ ନାମଫଳକ ଅଭିଯାନ): ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲଗାଇବା ପାଇଁ ସଚେତନତା ଶୋଭାଯାତ୍ରା।
ଏପ୍ରିଲ ୫ (ଐତିହ୍ୟ ଗଣଦୌଡ): ଓଡ଼ିଶାର ଖେଳକୁଦ ଏବଂ ଐତିହ୍ୟର ସଂରକ୍ଷଣ ପାଇଁ ମାରାଥନ୍ ଆୟୋଜନ।
ଏପ୍ରିଲ ୬ (ପରିମଳ ଦିବସ): ମନ୍ଦିର ଏବଂ ଐତିହ୍ୟ ସ୍ଥଳଗୁଡ଼ିକର ସଫେଇ ଏବଂ ସୌନ୍ଦର୍ଯ୍ୟକରଣ।
ଏପ୍ରିଲ ୭ (ବର୍ଣ୍ଣବୋଧ ଉତ୍ସବ / ଶିଶୁକଥା ଦିବସ): ଶିଶୁ ସାହିତ୍ୟର ପ୍ରଚାର ଏବଂ ପିଲାମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ବର୍ଣ୍ଣବୋଧ ବଣ୍ଟନ।
ଏପ୍ରିଲ ୮ (ରକ୍ତଦାନ ଶିବିର): ବିଭିନ୍ନ ବିଭାଗ ଓ ରେଡକ୍ରସ ସହାୟତାରେ ରକ୍ତଦାନ କାର୍ଯ୍ୟକ୍ରମ।
ଏପ୍ରିଲ ୯ (ଆସ ବହି କିଣିବା): ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନ ଅଭ୍ୟାସ ବୃଦ୍ଧି କରିବା ପାଇଁ ପୁସ୍ତକ କ୍ରୟ ଅଭିଯାନ।
ଏପ୍ରିଲ ୧୦ (ଲୋକକଳା ପାଇଁ ଦିନଟିଏ): ଲୋକକଳାକାରଙ୍କୁ ସମ୍ମାନ ଏବଂ ପାରମ୍ପରିକ କଳାର ପ୍ରଦର୍ଶନ।
ଏପ୍ରିଲ ୧୧ (ଅମୃତପିଢ଼ି ସମାରୋହ): ଯୁବକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳତା ପ୍ରତିଯୋଗିତା।
ଏପ୍ରିଲ ୧୨ (ବନ୍ଦନୀୟ ବରପୁତ୍ର): ଓଡ଼ିଶାର ବରପୁତ୍ରମାନଙ୍କ ଜୀବନୀ ଏବଂ ଆଦର୍ଶ ସମ୍ପର୍କରେ ଆଲୋଚନାଚକ୍ର।
ଏପ୍ରିଲ ୧୩ (ଆମ ରୁଚି ଆମ ଖାଦ୍ୟ): ପାରମ୍ପରିକ ଓଡ଼ିଆ ଖାଦ୍ୟ ଓ ବ୍ୟଞ୍ଜନର ପ୍ରୋତ୍ସାହନ ପାଇଁ ଖାଦ୍ୟ ମହୋତ୍ସବ
ଏପ୍ରିଲ ୧୪ (ଓଡ଼ିଆ ନବବର୍ଷ ପାଳନ ରେ ଶେଷ ହେବ ବୋଲି ଉପସ୍ଥାପନ କରିଥିଲେ, l
ଶେଖର ଖୁରାଙ୍କ ରିପୋର୍ଟ ନବରଙ୍ଗପୁର