Hot Posts

6/recent/ticker-posts

ରିଷିଡ଼ା ରାମଲୀଳା: ଶିବଧନୁ ଭଗ୍ନ, ଅହଲ୍ୟା ଉଦ୍ଧାର

କର୍ଲାମୁଣ୍ଡା, ୦୧/୪ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଜଗନ୍ନାଥ ସାଂସ୍କୃତିକ ସଂସଦ କୁମ୍ଭାରପଡ଼ା ପକ୍ଷରୁ ଶ୍ରୀରାମ ନବମୀ ଉତ୍ସବ ଅନୁଷ୍ଠିତ ହେଉଛି । ଏହି ଅବସରରେ ତୃତୀୟ ଦିବସରେ ଶିବଧନୁକୁ ପ୍ରଭୁ ଶ୍ରୀରାମ ଭଗ୍ନ କରିଥିବା ଦୃଶ୍ୟ ଅଭିଲାଷ ହୋଇଥିଲା । ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶହ ଶହ ଲୋକଙ୍କ ସମାଗମ ହୋଇଥିଲା । ନାଟ୍ୟ ଅଭିନୟରେ ନୂଆ ଓ ପୁରୁଣା କଳାକାର ଅଭିନୟ କରିଥିଲେ । ଖୋଲା ରଙ୍ଗମଞ୍ଚରେ ନାଟ୍ୟ ଅଭିନୟ ବେଶ ଆକର୍ଷଣୀୟ ଥିଲା । ରାମଲୀଳା ପାଇଁ ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି ।ଏଠାରେ ଶ୍ରୀରାମ ନବମୀ ଠାରୁ ୧୪ ଦିନ ପର୍ଯ୍ୟନ୍ତ ରାମଲୀଳା ନାଟକ ମଞ୍ଚସ୍ଥ ହୋଇଥାଏ । ନାଟକର ବିଭିନ୍ନ ଭୂମିକାରେ ରାମ ଚରଣ ରଣା, ଲକ୍ଷ୍ମଣ ସାନ ରଣା, ସୀତା ନିମାଇଁ ରଣା, ବିଶ୍ଵାମିତ୍ର ଲକ୍ଷ୍ମଣ ରଣା, ଅହଲ୍ୟା ରମେଶ ବାରିକ/ବଡ଼ ରଣା ଜନକ ସଞ୍ଜୟ ରଣା, କୋଷଧଜ୍ଵ ଅମିତ ରଣା, ନାବିକ ଗଙ୍ଗା ରଣା, ଲିଙ୍ଗ ରଣା, ସକ୍ଷୀଗଣ ହେମ ରଣା, ରମେଶ ବାରିକ, ଉସ୍ତ ରଣା, ଡୁଲେଶ୍ଵର ରଣା, ପ୍ରମୋଦ ରଣା, ରଜାଗଣ ଲିପୁନ ରଣା, ସୁରେନ୍ଦ୍ର ରଣା, ଜିତୁ ରଣା, ତନ୍ମୟ ରଣା, ତପନ ରଣା, ଜୟଗୁରୁ ରଣା, ଲମ୍ବୋଦର ରଣା, ରାଜେଶ ବାରିକ, ଚଲ ପୁଟେଲ ଓ ଶିବୁ ରଣା, ଡଗର ବିରଞ୍ଚି ରଣା, ମେନା ରଣାପ୍ରମୁଖ ଅଭିନୟ କରୁଛନ୍ତି । ମୋହନ ଲାଲ ରଣା ପୁରାଣ ପଣ୍ଡା ଦାୟିତ୍ୱ ନିର୍ବାହ କରୁଛନ୍ତି । ବାଦ୍ୟ ଯନ୍ତ୍ରରେ ଲକ୍ଷ୍ମୀକାନ୍ତ ସେଠ, ତୋଫାନ ମଲ୍ଲିକ, ସହଯୋଗ କରିଥିଲେ ।ଜଗନ୍ନାଥ ସାଂସ୍କୃତିକ ସଂସଦ ସଭାପତି ସୁରେନ୍ଦ୍ର ରଣା, ସମ୍ପାଦକ ମନୋଜ ରଣା, ସହ ସମ୍ପାଦକ ପ୍ରଦୀପ ରଣା ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି । କମିଟି ପକ୍ଷରୁ ଚତୁର୍ଥ ରଜନୀ ସୀତା ବିବାହ ଓ ପର୍ଶୁରାମ ଭେଟ ସୂଚନା ଦିଆଯାଇଛି ।