ବରୀ ବାର ଆସୋସିଏସନ ପକ୍ଷରୁ ଶପଥ ପାଠ ଉତ୍ସବ
ବରୀ, ୦୧/୦୪ ( ରଂଜିତ ମହାନ୍ତି ) : ବରୀ ବାର ଆସୋସିଏସନ ପକ୍ଷରୁ ପରୁ ପବିତ୍ର ଉତ୍କଳ ଦିବସ ଅବସର ରେ ନବ ନିର୍ବାଚିତ ବାର କାର୍ଯ୍ୟକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ବରୀ ତହସିଲ ପରି ରି ସରରେ ଥିବା କାର୍ଯ୍ୟାଳୟ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଯାଜପୁର କୋର୍ଟ ର ଆଇନଜୀବୀ ଚିତ୍ତରଞ୍ଜନ ଓଝା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶପଥ ପାଠ କରାଇଥିଲେ । ସ୍ଥାୟୀ ସଭାପତି ଆଇନଜୀବୀ ରାଜକିଶୋର ସାମଲ, ଉପ ସଭାପତି ହରିଶ ଚନ୍ଦ୍ର ଧଳ, ସମ୍ପାଦକ ବାବାଜୀ ଚରଣ ଜେନା, ଯୁଗ୍ମ ସମ୍ପାଦକ ଧୀରେନ୍ଦ୍ର ସ୍ଵାଇଁ, ସହ ସମ୍ପାଦକ ଜ୍ଞାନେନ୍ଦ୍ର ମଲିକ, ପାଠାଗାର ସମ୍ପାଦକ ବାଞ୍ଛାନିଧୂ ସାହୁ, ପାଠାଗାର ସହ ସମ୍ପାଦକ ତପନ କୁମାର ଜେନା, କୋଷାଧକ୍ଷ ଗୁଣନିଧୂ ନାୟକ, ସାଂସ୍କୃତିକ ସମ୍ପାଦକ ପବିତ୍ର କୁମାର ମଲିକ, ସାଂସ୍କୃତିକ ସହ ସମ୍ପାଦକ ପରେଶ ଚନ୍ଦ୍ର କର, ପ୍ର ମୁଖ ଆଇନଜୀବୀ ମାନଙ୍କୁ ଶପଥ ପାଠ କରାଇଥିଲେ। ନନି ଗୋପାଳ ଜେନା, ଅଜାମ୍ବର ମଲିକ, ପ୍ରଶାନ୍ତ କୁମାର ବେଉରିଆ, ସଂଯୁକ୍ତା ସେଠି, ପ୍ରମିଳା ରଥ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ଭାବେ ଶପଥ ନେଇଥିବା ଜଣାପଡିଛି। ପରେ ଏକ ସଭା କରାଯାଇ ସାଙ୍ଗଠନିକ କାର୍ଯ୍ୟକ୍ରମ, ସମସ୍ୟା ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ଧୀରେନ୍ଦ୍ର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।