Hot Posts

6/recent/ticker-posts

ବିଭିନ୍ନ ଶୈବପୀଠରେ ପାଟପର୍ବ : ଭକ୍ତାଗଣ ଦେହରେ କଣ୍ଟା ଫୁଟାଇ ନୃତ୍ୟ କଲେ ।

ବାଲିଆପାଳ ୧୩/୪ ( ସନ୍ୟାସୀ ବେହେରା ) : ଅନୁକୂଳ ପାଗ ଯୋଗୁଁ ବିଭିନ୍ନ ଶୈବ ପୀଠରେ ସୋମବାର ପାଟ ପର୍ବ ଧୂମ ଧାମରେ ଅନୁଷ୍ଠିତ ହୋଇଯାଇଛି ।ଭକ୍ତା ଗଣ ନିଜ ଦେହରେ କଣ୍ଟା ଫୁଟାଇ ଧୂମ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ମନ୍ଦିର ବେଢାକୁ ଯାଉଥିବାବେଳେ ଭକ୍ତି ଓ ଭାବମୟ ପରିବେଶ ସୃଷ୍ଟି କରିଥଲା ।ବାଲିଆପାଳ ବ୍ଲକର ନିଖିରେଶ୍ୱର,ନାଭଡେଶ୍ୱର, ଖଗଡ଼େଶ୍ୱର, ବାବା ବୈଦ୍ୟନାଥ , କାମେଶ୍ୱର, ଲୋକନାଥେଶ୍ୱର, ଘଣ୍ଟକେଶ୍ୱର, କୁଶୁଡିହା ଆଦି ଶୈବ ପୀଠ ରେ ଗତ ୧ ତାରିଖ ଠାରୁ ତେର ଅର୍ଘ୍ୟ,ପାଞ୍ଚ ଅର୍ଘ୍ୟ ,ଏବଂ ତିନି ଅର୍ଘ୍ୟରେ ଶତାଧିକ ଭକ୍ତ ବ୍ରତ ଧାରଣ କରିଆସିଥିଲେ । ଶୁକ୍ରବାର ମହାଦେବଙ୍କ କାମିନା ବିବାହ ପାଳିତ ହୋଇଥିଲା ବେଳେ ଗତକାଲି ନୀଳଉତ୍ସବରେ ଏହି ମନ୍ଦିର ଗୁଡିକ ସକାଳ ଠାରୁ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା ।ବହୁ ଶ୍ରଦ୍ଧାଳୁ ବ୍ରତ ଧାରଣ କରିବା ସହିତ ମହାଦେବଙ୍କ ଉପରେ ପଇଡ,କ୍ଷୀରାଭିଷେକ ସାଙ୍ଗକୁ ପୂଜାର୍ଚ୍ଚନା କରି ନିଜ ମନସ୍କାମନା କରିଥିଲେ ।ସେହିପରି ବହୁ ମାନସିକଧାରୀ ଭକ୍ତ ମାନସିକ ଅନୁଯାୟୀ ହାକାଣ୍ଡ ପୋଖରୀ ଠାରୁ ମନ୍ଦିର ବେଢା ପର୍ଯ୍ୟନ୍ତ ଟାଣ ଖରାରରେ ଦଣ୍ଡମାରୁଥିବା ଦେଖିବାକୁ ମିଳିଥିଲା ।ଆଜି ଅପରାହ୍ନରେ ଭକ୍ତା ମାନେ ଶରୀରର ବିଭିନ୍ନ ଅଙ୍ଗରେ କଣ୍ଟା ଫୁଟାଇ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଏକ ପଟୁଆରରେ ଯାଇ ମନ୍ଦିର ବେଢାରେ ପହଁଞ୍ଚି ଥିଲେ। ମହିଳା ଭକ୍ତା ମାନେ ଜଳୁଥିବା ସରାକୁ ମଥାରେ ମୁଣ୍ଡାଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନିଖିରେଶ୍ୱର ପୀଠରେ ଭକ୍ତା ମାନେ ହାକାଣ୍ଡ ପୋଖରୀ ଠାରୁ ନାଚିନାଚି ମନ୍ଦିର ବେଢା ପରିକ୍ରମା କରିଥିଲେ । ନିଖିରେଶ୍ୱର ପୀଠରେ ପାଟଭକ୍ତା ଭାବେ ମଳୟ ରଞ୍ଜନ ଭୂୟାଁ ,ଶ୍ରୀବେକଡି ଈଶ୍ୱର ଚନ୍ଦ୍ର ବେହେରା,ଘଟୁଆଳ ସୁଜୟ କୁମାର ଦେ ,ଦେଉଳିଆ ଗୋପ ନାରାୟଣ ଜେନା,ମାଳି ରାଜେଶ କୁମାର ଜେନା ,ଚନ୍ଦନିଆ ବିଜୁ କୁମାର ପାଳ ପ୍ରମୁଖ ୧୩ ଭକ୍ତା ରହିଥିବା ବେଳେ ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରି ଛନ୍ତି । ସେହିପରି କୁଦମାନସିଂ ବୈଦ୍ୟନାଥ ପୀଠରେ ପାଟ ଭକ୍ତା ରମେଶ ଚନ୍ଦ୍ର ସାହୁ, ଶ୍ରୀବେକଡ଼ି ସଞ୍ଜୟ କୁମାର ସାହୁ, ଦେଉଳିଆ ଅନାଦି �