ଚଳିତ ବର୍ଷର ନାଇଟ୍ କ୍ରିକେଟ ଟ୍ରୁର୍ଣାମେଣ୍ଟ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଝରିଗାଁ, ୧୩/୦୪ (ନକୁଲ ଭତ୍ରା) : ଚଳିତ ବର୍ଷର ନାଇଟ କ୍ରିକେଟ୍ ଟ୍ରୁର୍ଣାମେଣ୍ଟ ନିମନ୍ତେ ଆଜି ସନ୍ଧ୍ୟା ୫ ଘ ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡା ବେଡା ସଦର ମହକୁମା ସ୍ଥିତ ନୂତନ 5T ସ୍କୁଲ ପଡିଆ ଠାରେ ଆୟୋଜିତ ହେବାକୁ ଥିବା ଚଳିତ ବର୍ଷର ନାଇଟ କ୍ରିକେଟ୍ ଟ୍ରୁର୍ଣାମେଣ୍ଟ ପ୍ରତି ବର୍ଷ ଭଳି ହେ ବର୍ଷ ମଧ୍ୟ ସୁରୁଖୁରୁରେ ସମାପନ ହେବ ତାହା ନେଇ ସନ୍ଧ୍ୟା ୫ ଘ୍ ସମୟରେ ଏକ ପ୍ରସ୍ତୁତି ବୈଠକ ଆୟଜନ କରାଯାଇଥିଲା | ଏହି ପରିପ୍ରେକ୍ଷୀରେ ଗ୍ରାମର ବୟୋଜେଷ୍ଟ ବ୍ୟକ୍ତି ,ବୁଦ୍ଧିଜୀବୀ ,ସମାଜସେବୀ , ଖେଳାଳୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଡକାଯାଇଥିଲା | ଏହି ଅବସରରେ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଦ୍ୱାରା ପରିଚାଳନା କମିଟି ଗଠନ କରାଯାଇଥିଲା | ଉକ୍ତ ବୈଠକରେ ପରିଚାଳନା କମିଟିର ମନୋନୀତ ସଦସ୍ୟ ଭାବେ ସଭାପତି ପିତାମ୍ବର ମାଝୀ,ଉପ ସଭାପତି ପ୍ରଭାକର ଗାଉଣ୍ଟିଆ, ଆଡଭାଇଜର ଯୁଗସାୟ କଳାର, କ୍ୟାସିଅର ଜଗେଶ୍ୱର୍ କଳାର,ଆଲୋକ ଗୌଡ଼, ଟିମ୍ ମ୍ୟାନେଜମେଣ୍ଟ ରେ ଗକୁଲ ଗାଉଁଟିଆ, ସଜ୍ଜିତ ଖାନ୍, ଗୁଡୁଙ୍କୁ, ଚୟନ କରାଯାଇଥିବା ବେଳେ ଶିବରାମ ଭତ୍ରା,ପ୍ରଭାକର ଗୌଡ଼,ନକୁଲ ଭତ୍ରା ଜୟରାମ କଳାର, ମନହର କଳାର ,ସିମାଞ୍ଚଲ୍ ଭତ୍ରା,ବୁଡୁରାମ କଳାର, ଦୁର୍ଯୋଧନ ଭତ୍ରା,ଦୟମନ୍ ଭତ୍ରା,ନାରାୟଣ ଭତ୍ରା,ରଞ୍ଜିତ ମହାନ୍ତି,ପଦମ୍ ଭତ୍ରା,ନକୁଲ ପୂଜାରୀ,ପ୍ରମୁଖଙ୍କୁ କମିଟିର ସଦସ୍ୟ ଭାବେ ଚୟନ କରାଯାଇଛି | ଏଥିରେ ଆଖ ପାଖ ଅଂଚଳର ୨୪ ଗୋଟି ଦଳ ଯୋଗ ଦେବାକୁ ଥିବା ବେଳେ ବିଜେତା ଦଳକୁ ୩୫ ହଜାର ଉପ ବିଜେତା ଦଳକୁ ୨୫ ହଜାର ଏବଂ ତୃତୀୟ ବିଜେତାକୁ ୧୦ ହଜାର ଟ୍ରପି ସହ ପୁରସ୍କାର ରାଶି ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଥିଲା| ୧୯୯୬ ମସିଆରୁ ବକଡା ବେଢାରେ କ୍ରିକେଟ୍ ଖେଳ ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳ ଚଳି ଆସୁଥିବାରୁ ଦୀର୍ଘ୍ ୩୦ ବର୍ଷ ପୂର୍ତ୍ତି ଅବସରରେ ବଡ ଆଡମ୍ୱର ସହକାରେ ଖେଳକୁ ଆୟୋଜନ କରାଯିବ ବୋଲି ବୟୋଜେଷ୍ଟ ମାନେ ମତ ପ୍ରକାଶ କରିଥିଲେ| ରାତ୍ରୀରେ ଖେଳ ଆୟୋଜନ କରାଯାଉଥିବାରୁ ଦର୍ଶକ ଏବଂ ଖେଳାଳୀ ମାନଙ୍କ ମଧ୍ୟରେ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବିମାନେ ପ୍ରାଞ୍ଜଳ ଭାବେ ପରିଚାଳନା କମିଟିର ସଦସ୍ୟଙ୍କୁ ବୁଜାଇଥିଲେ | ପରିଶେଷରେ ସଭାପତି ପିତାମ୍ବର ମାଝୀ ଧନ୍ୟବାଦ୍ ଦେଇ ସଭାସଂଗ କରିଥିଲେ|