Hot Posts

6/recent/ticker-posts

ଜେ ଏସ ଡବ୍ଲୁ ପୋସ୍କୋ ପ୍ରକଳ୍ପ ଅଙ୍ଗିକଳା ଗ୍ରାମ ସଭାରେ ଏକର ପ୍ରତି ୨୦ କୋଟି ଦାବି

ପାଟଣା, ୦୪/୦୪ ( ଦଶରଥ ବାରିକ ) : ପାଟଣା ତହସିଲ ଅଞ୍ଚଳ ଜେ ଏସ ଡବ୍ଲୁ ପୋସ୍କୋ ପକ୍ଷରୁ ବୃହତ ଇସ୍ପାତ ପ୍ରକଳ୍ପ ପାଇଁ ଆଜି ପଞ୍ଚମ ଗ୍ରାମସଭା ଅଙ୍ଗିକଳା ଗ୍ରାମ ରାଖବଣ ପଡ଼ିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଚେମେଣା ସରପଞ୍ଚ ହେମାଲତା ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗ୍ରାମସଭା ରେ ଅତିରିକ୍ତ ଜିଲ୍ଲାପାଳ ତଥା ଭୁ- ଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ପାଟଣା ତହସିଲଦାର ଆଶ୍ୱିନୀ କୁମାର ନାଏକ, ବିଡିଓ ମାନସ କୁମାର ଦଣ୍ଡପାଟ, ଇଡକୋ ଜମି ଅଧିକାରୀ ଜୟ କିଶୋର ପାତ୍ର,ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ମହାନ୍ତ, ୱାର୍ଡ ସଦସ୍ୟା ମିନା ମହାନ୍ତ ଓ ସାରଥୀ ନାଏକ ପ୍ରମୁଖ ଯୋଗ ଦେଇଥିଲେ।ତେବେ ଏଠାକାର ଅଧିବାସୀ ଙ୍କ ପକ୍ଷରୁ ଜମି ଏକର ପ୍ରତି ୨୦ କୋଟି ଟଙ୍କା ରଖିବା ସହ ପୁନର୍ବାସ ନିତି ଓ ଅନ୍ୟାନ୍ୟ ମୋଟ ୩୯ ଟି ଦାବିପତ୍ର ପ୍ରଦାନ କରି ଏହା ପୁରଣ ହେଲେ ସେମାନେ ପ୍ରକଳ୍ପ ପାଇଁ ଜମି ଦେବେ ବୋଲି ସୂଚନା ଦେଇଛନ୍ତି।ଶାନ୍ତିଶୃଙ୍ଖଳା ପାଇଁ ଏଠାରେ ବ୍ୟାପକ ପୁଲିସ ମୁତୟନ କରା ଯାଇଥିବା ବେଳେ ଖୋଦ ଏସ ପି ନିତିନ କୁଶଲକର ତାଗୁଡୁ ଏଠାରେ ଉପସ୍ଥିତ ରହିବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।