ପାଟଣା ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ପାଟଣା, ୦୪/୦୪ ( ଦଶରଥ ବାରିକ ) : ପାଟଣା ବ୍ଲକ ପରିସରରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିଡିଓ ମାନସ କୁମାର ଦଣ୍ଡପାଟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଭୟ ଚରଣ ଦେହୁରୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଶିବିର କୁ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମ ରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଣୀ ସିପ୍ରା ରାଣୀ ମହାନ୍ତ,ଯୋଗାଣ ନିରୀକ୍ଷକ ଦିବ୍ୟ ରାଜ ଭୋଇ,କନିଷ୍ଠ ସହାୟକ ଲକ୍ଷ୍ମୀଧର ମହାନ୍ତ, ପ୍ରଗତି ସହାୟକ ଚନ୍ଦ୍ରଶେଖର ମାନସିଂ ଓ ବ୍ଲକ କାର୍ଯ୍ୟକ୍ରମ ସହାୟକ ଜମାଲୁଦିନ ଖାନ ପ୍ରମୁଖ ଶିବିର ପରିଚାଳନା ରେ ସାମିଲ ଥିଲେ।ଶିବିର କୁ ଅସ୍ଥିଶଲ୍ୟ ,ଚକ୍ଷୁ ସମସ୍ୟା, ମାନସିକ ରୋଗ ଶ୍ରବଣ ବାଧିତ ଓ ବହୁବିଧ ଭିନ୍ନ ଅକ୍ଷମ ଥିବା ମୋଟ 176 ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଆସିଥିଲେ।ଶିବିରରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ମହାପାତ୍ର,ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଉଦୟ ଭାସ୍କର ପଣ୍ଡା,ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ମାଝି,କାନ ନାକ ଗଳା ବିଶେଷଜ୍ଞ ଡାକ୍ତର ଅନିତା ମଞ୍ଜରୀ ଜେନା ଓ ଶ୍ରବଣ ବିଶେଷଜ୍ଞ ମାନସ କୁମାର ମହାନ୍ତ ପ୍ରମୁଖ ଯୋଗଦେଇ ଶିବିରାର୍ଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।ଏହା ଛଡ଼ା ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ଵସ ପାସ, ଡି ଆର ଆଇ ଋଣ,ଅନ୍ତଦ୍ବୟ ଗୃହ ଓ ରେସନ କାର୍ଡ ପାଇଁ 112 ଜଣ ଆବେଦନ କରିଥିବା ବେଳେ ଏହି କାର୍ଡ ପାଇବା ପାଇଁ ମୋଟ 66 ଜଣ ଯୋଗ୍ୟ ବିବେଚିତ ହୋଇଥିଲେ।କାର୍ଯ୍ୟକ୍ରମ ରେ ଗ୍ରାମ ପଞ୍ଚାୟତ ର ପିଇଓ ଓ ଏଡିଓ,ଯୋଗାଣ ସହାୟକ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ