Hot Posts

6/recent/ticker-posts

ମଦ ଭାଟି ଭାଙ୍ଗିଲେ ମହିଳା,ନିଦରେ ସୋଇଛି ପଡ଼ିଛି ଅବକାରୀ ବିଭାଗ

ପାଟଣା, ୦୪/୦୪ ( ଦଶରଥ ବାରିକ ) : ପାଟଣା ବ୍ଲକ ମୁଖ୍ୟାଳୟ ସଅଁରାପଶି ନିକଟ ଆକାଶିଆ ଜଙ୍ଗଲ ଇଲାକାରେ ଚାଲିଥିବା ଚୋରା ମଦ ଆଡ୍ଡା ଉପରେ ଆଜି ସଅଁରାପଶିର ପାଖାପାଖି 40 ରୁ ଉର୍ଦ୍ଧ୍ବ ମହିଳା ଅଚାନକ ଚଢ଼ାଉ କରି ଏହି ଆଡ୍ଡା କୁ ଭାଙ୍ଗି ଦେଇଛନ୍ତି।ଦୀର୍ଘ ବର୍ଷ ହେଲା ଏଠାରେ ଛାମୁଣ୍ଡିଆ ମାରି ଚୋରାମଦ ବିକ୍ରେତା ମାନେ ବ୍ୟବସାୟ ଚଳାଇ ଆସୁଥିଲେ।ଏହି ସ୍ଥାନଟି ନିଛାଟିଆ ହୋଇ ଥିବାରୁ ଯୁବକ ଓ ପୁରୁଷ ମାନେ ଯାଇ ଏଠାରୁ ମଦ ପିଇ ପଇସା ଉଡାଇବା ସହ ପରିବାର କୁ ଅଣଦେଖା କରୁଥିଲେ।ଘରର ପୁରୁଷ ମାନେ ଯାହା ରୋଜଗାର କରୁଥିଲେ ଏହି ମଦ ଭାଟିରେ ମଦ ପିଇ ଘରେ ସବୁଦିନ ଅଶାନ୍ତି କରୁଥିବା ମହିଳା ମାନେ ଅଭିଯୋଗ କରିଥିଲେ।ଏଠାରେ ସୂଚନା ଥାଉକି ଗତକାଲି ମହିଳା ମାନେ ଚୋରା ମଦ କାରବାର ବନ୍ଦ କରିବା ଦାବିରେ ଅବକାରୀ ଥାନା ଘେରାଉ କରିଥିବା ବେଳେ ଆଜି ପୁଣି ସଅଁରାପଶି ରାସ୍ତା କଡ ଆକାଶିଆ ଜଙ୍ଗଲ ରେ ମଦବିକ୍ରି ହେଉଥିବା ଖବର ପାଇ ମହିଳା ମାନେ ସେଠାକୁ ଯାଇ ମଦ ଆଡ୍ଡା କୁ ଭାଙ୍ଗି ଦେଇଛନ୍ତି