ଲଇକେରା, ୨୯/୦୪ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକ ର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ଶିବିରରେ ସର୍ବମୋଟ ୩୦ଟି ଅଭିଯୋଗ ହୋଇଥିବା ବେଳେ ସେଥିରୁ ୧୫ଟି ବ୍ୟକ୍ତିଗତ ମଧ୍ଯରୁ ବିଦ୍ୟୁତ ସଂଯୋଗିକରଣ, ଜମି ଚିହ୍ନଟ, ଭିନ୍ନକ୍ଷମ ଭତ୍ତା, ଆର୍ଥିକ ସହାୟତା, ଜମି ବିବାଦ, ପ୍ରଧାନମନ୍ତ୍ରୀ ପକ୍କାଘର ପାଇବା ସମସ୍ୟା ଭିତ୍ତିକ ଥିବାବେଳେ ଗୋଷ୍ଠୀଗତରେ କିର୍ମିରା ଗ୍ରାମର ପଶୁ ଚିକିତ୍ସାଳୟ ରେ ପଶୁ ଡାକ୍ତର ନିଯୁକ୍ତି ସକାଶେ ଓ ଗାଁର ବିଦେଶୀ ମଦ ଦୋକାନ ନିକଟରେ ଥିବା ଚାଷ ଜମିମାନଙ୍କରେ କାଚମଦ ବୋତଲ ନ ପକାଇବା,ବାଗଡିହି ଗାଁ ମୂଖ୍ୟ ରାସ୍ତା ମରାମତି ଓ ବାଇପାସ ରାସ୍ତା ନିର୍ମାଣ,ମୋ ବସ ବୈଜାପାଲି ଗାଁକୁ ଯିବା ସମ୍ୱନ୍ଧେ, ଟାଙ୍ଗରଗଡା ଗାଁର ନୂଆଁପଡାକୁ ରାସ୍ତା ନିର୍ମାଣ, ୨୦୨୪-୨୦୨୫ମସିହାରେ ଧାନ କିଣାର କମିଶନ ଟଙ୍କା ପାଇନଥିବା, ମିଶନ ଶକ୍ତି କେଫେରେ ପିଇବା ପାଣି ଯୋଗାଇବା, କିର୍ମିରା ଶିବ ମନ୍ଦିର ଵନ୍ଦର ପଙ୍କ ଉଦ୍ଧାର ସହ ଇନଲେଟ ଆଉଟଲେଟ ଵ୍ୟବସ୍ଥା କରିବା ପାଇଁ ଅଭିଯୋଗ ହୋଇଥିଲା ।ଶିବିରରେ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଏସଡିପିଓ ଉମାଶଙ୍କର ସିଂହ,ବ୍ଲକ ଉପାଧକ୍ଷା ସାବିତ୍ରୀ ମାଝୀ,ବିଡିଓ ଅବିନାଶ ଲାକ୍ରା, ତହସିଲଦାର ସଞ୍ଜିବ କୁଲୁ, ଲଇକେରା ଥାନା ଅଧିକାରୀକୃଷ୍ଣଚନ୍ଦ୍ର ମେହେରଙ୍କ ସହିତ ଜିଲ୍ଲା ଓ ବ୍ଲକ ର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।
(ନଵଦୂତ ନ୍ୟୁଜ)
