Hot Posts

6/recent/ticker-posts

ସୁବର୍ଣ୍ଣ ରେଖା ବନ୍ଦର କଲ୍ୟାଣ ସମିତି ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ।

ବାଲିଆପାଳ ୧୪/୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଚୌମୁଖ ସୁବର୍ଣ୍ଣ ରେଖା ବନ୍ଦର କଲ୍ୟାଣ ସମିତି ପକ୍ଷରୁ ମଙ୍ଗଳବାର ବ୍ଲକ ଛକ ଶୁଭମ କଲ୍ୟାଣ ମଣ୍ଡପରେ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ୧୩6ତମ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ସାଂସଦ ପ୍ରତନିଧି ରବୀନ୍ଦ୍ର ନାଥ ଅଣ୍ଡିଆ ମୁଖ୍ୟ ଅତିଥି ,ବାଲିଆପାଳ ସାରସ୍ୱତ ସହର ଅଭିଯାନ କମିଟିର ଆବାହକ ଅଧ୍ୟାପକ ଡ଼ଃ ସୁକାନ୍ତ କୁମାର ଗିରି ମୁଖ୍ୟ ବକ୍ତା , ବାଲିଆପାଳ ସରପଞ୍ଚ ପ୍ରତିନିଧି ହେମନ୍ତ କୁମାର ଦାସ, ମଧୁପୁରା ସରପଞ୍ଚ ପ୍ରତିନିଧି ଲମ୍ବୋଦର ମାହାନା, ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ, ଉତ୍କଳ ସମ୍ମିଳନୀ ସମ୍ପାଦକ ତଥା ସୁବର୍ଣ୍ଣରେଖା ପ୍ରେସ କ୍ଳବ କାର୍ଯ୍ୟକାରୀ ସଭାପତି ସନ୍ୟାସୀ ବେହେରା, ବାଘା ଯତୀନ ସ୍ମୃତି ସେବା ପରିଷଦ ମୁଖ୍ୟ କ୍ଷିତୀଶ ଜେନା , ସମାଜସେବୀ ସୁକାନ୍ତ କୁମାର ରଣା, ବିଜୟ କୁମାର ପାତ୍ର, କବୟିତ୍ରୀ ସବିତା ଦାସ, ବିଶ୍ୱ ହିନ୍ଦୁ ପରିଷଦ ସମ୍ପାଦକ ଶ୍ରୀହରି ମଣ୍ଡଳ, ପ୍ରାକ୍ତନ ଏସ ଆଇ ଅଫ ସ୍କୁଲସ୍ କୁମୁଦ ରଞ୍ଜନ ଗିରି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଡ଼ ଆମ୍ବେଦକରଙ୍କ ଭାରତ ପାଇଁ ତାଙ୍କର ଅବଦାନ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାକ୍ତନ ଏ ଡି ଏମ ବଜେଲ ମାଝୀ ସଭାରେ ପୌରହିତ୍ୟ କରିଥିବାବେଳେ ଉମାକାନ୍ତ ଜେନା ଅତିଥି ପରିଚୟ ଓ ଡି ଏସ ଟିଭି ପରିଚାଳକ ସଦାଶିବ ସେଠୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ।