ସୁବର୍ଣ୍ଣ ରେଖା ପ୍ରେସ କ୍ଲବ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ।
ବାଲିଆପାଳ, ୧୪/୪ ( ସନ୍ୟାସୀ ବେହେରା ) : ବାଲିଆପାଳର ଅଗ୍ରଣୀ ପ୍ରେସ କ୍ଲବ ସୁବର୍ଣ୍ଣ ରେଖା ପ୍ରେସ କ୍ଲବ ପକ୍ଷରୁ ଆଜି ସମ୍ବିଧାନ ନିର୍ମାତା ଡ଼ ଭୀମ ରାଓ ଆମ୍ବେଦକରଙ୍କ ୧୩୬ ତମ ଜୟନ୍ତୀ କ୍ଲବ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ଆବାହକ ଅଧ୍ୟାପକ ଡ଼ ସୁକାନ୍ତ କୁମାର ଗିରିଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାକ୍ତନ ବି ଆର ସି ସି ମନ୍ମଥ କୁମାର ସାହୁ, ସୈନିକ ସଂଗଠନ ସଭାପତି କମଳ ଲୋଚନ ପିଳା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁଧାଂଶୁ ପଞ୍ଝା, ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ, ଗୋପାଳ ସାହୁ, ଦିଲ୍ଲୀପ କୁମାର ଦାସ, କବୟିତ୍ରୀ ସବିତା ଦାସ, ଜୟନ୍ତୀ ଜେନା ପ୍ରମୁଖ ଯୋଗ ଦେଇ ଆମ୍ବେଦକରଙ୍କ ଜୀବନ ଦର୍ଶନ ଓ ତ୍ୟାଗ ପୁତ୍ତ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଶ୍ରୀହରି ମଣ୍ଡଳଉତ୍କଳ ସମ୍ମିଳନୀ ବାଲିଆପାଳ ଶାଖାର ସମ୍ପାଦକ ତଥା ସୁବର୍ଣ୍ଣରେଖା ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି, ସନ୍ୟାସୀ ବେହେରା,ମନୋଜ କୁମାର ସି, ମନୋରଞ୍ଜନ ବେହେରା ପ୍ରମୁଖ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରେସ କ୍ଲବ ସମ୍ପାଦକ ତଥା ଡି ଏସ ଟିଭି ପ୍ରଯୋଜକ ସଦାଶିବ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କ୍ଷିତୀଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା।