Hot Posts

6/recent/ticker-posts

କଳାହାଣ୍ଡିରେ ଆସ ଗୁଣ୍ଡ ପକାଯାଇଥିବା ଘଟଣାକୁ ନେଇ ନୂଆ ମୋଡ଼

କଳାହାଣ୍ଡି, ୧୪/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ଗତ 10 ତାରିଖ ଦିନ ଲାଞ୍ଜିଗଡ ନଙ୍ଗଳବେଡା ଗ୍ରାମ ମୂଖ୍ୟ ରାସ୍ତାରେ ଆସ ଗୁଣ୍ଡ ପଡୁଥିବା ନେଇ ଅଞ୍ଚଳ ବାସୀ ରାସ୍ତା ରୋକ କରିଥିଲେ l ଏହି ଆସ ଗୁଣ୍ଡ ପକାଯାଇଥିବା ଘଟଣାକୁ ନେଇ ନୂଆ ମୋଡ଼। ଏହା ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ ଆଣିଛି ଏକ ଠିକା ସଂସ୍ଥା। ଆସଁ ଟ୍ରାନ୍ସପୋର୍ଟ କାମକୁ ନେଇ ଚାଲିଥିବା ବିବାଦରୁ ଏହି ଘଟଣା ଘଟିଥିବା କୁହାଯାଉଛି। ନଙ୍ଗଲବେଡା ଗାଁ ମୂଖ୍ୟ ରାତିଅଧରେ ଗାଁ ମଝିରାସ୍ତାରେ ଆସଁ ଗୁଣ୍ଡ ପକାଯାଉଥିବା ଘଟଣା ର CC TV ଭିଡ଼ିଓ କୁ ନେଇ ଚର୍ଚ୍ଚା ଜୋରଧରି ଛି l ଏହି ଠିକା ସଂସ୍ଥା ଆସଁପଣ୍ଡ ଠାରୁ ଆସଁ ସଂଗ୍ରହ କରି ଭବାନୀପାଟଣା, ପରମାନନ୍ଦପୁର ଓ ଧର୍ମଗଡ଼ ଅଞ୍ଚଳକୁ ଟ୍ରାନ୍ସପୋର୍ଟ କରୁଛି। ଏହି କାମକୁ ନେଇ କିଛି ଟ୍ରକ ମାଲିକ ସଂଘ ଓ ବିଭିନ୍ନ ବର୍ଗର ଲୋକଙ୍କ ସହ ବିବାଦ ଚାଲିଥିବା କୁହାଯାଉଛି। ଏହି ବିବାଦ ପରିପ୍ରେକ୍ଷିତରେ ଠିକା ସଂସ୍ଥା ପକ୍ଷରୁ ଅଭିଯୋଗ ହେଉଛି ଯେ, ତାଙ୍କୁ ବଦନାମ କରିବା ଓ ଗ୍ରାମବାସୀଙ୍କୁ ହଇରାଣ କରିବା ପାଇଁ ଏହା ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କହିଛନ୍ତି । ଆମେ ନିୟମ ଅନୁଯାୟୀ ଆସଁ ଟ୍ରାନ୍ସପୋର୍ଟ କରୁଛୁ। କିଛି ଲୋକ ଇଚ୍ଛାକୃତ ଭାବେ ଆମକୁ ବଦନାମ କରିବା ପାଇଁ ଏଭଳି କାମ କରୁଛନ୍ତି।” ଏନେଇ ସଂପୃକ୍ତ ଠିକା ସଂସ୍ଥା ତହସିଲଦାର, ଲାଞ୍ଜିଗଡ଼ ଥାନା ଅଧିକାରୀ ଓ ଏସଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ