Hot Posts

6/recent/ticker-posts

ମା ଚେରକାଟିଆନି ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣାମେଣ୍ଟ - ୨୦୨୬।

ରାୟଗଡ଼, ୧୦/୦୪ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ଜିଲ୍ଲା କାଶିପୁର ବ୍ଳକ୍ ଖୁରିଗାଁ ପଂଚାୟତ ରାଜାଘର ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଟୁର୍ଣାମେଣ୍ଟରେ ପ୍ରାୟ ୧୦ଗୋଟି ଟିମ୍ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ୍ ମୁଣ୍ଡା ଗାଁ ଏବଂ କାକିରିଗୁମ୍ମା ମଧ୍ୟରେ ଚିତ୍ତାକର୍ଷକ ମ୍ୟାଚ୍ ଦେଖିବାକୁ ମିଳିଥିଲା। କାକିରିଗୁମ୍ମା ୧୮ପଏଣ୍ଟ କରି ମୁଣ୍ଡା ଗାଁକୁ ୧୫ପଏଣ୍ଟରେ ସୀମିତ ରଖିଥିଲେ। ବିଜୟ ହାସଲ କରିବା ଟିମକୁ ୫୦ହଜାର ଟଙ୍କା ଏବଂ ପରାଜୟ ଟିମକୁ ୩୦ହଜାର ଟଙ୍କା ପୁରସ୍କାର ରାଶି ଓ ସିଲ ପ୍ରଦାନ କରା ଯାଇଥିଲା। ଆୟୋଜକ କଂସାରିଗୁଡ଼ା ସ୍ଥିତ ଆଦିତ୍ୟ ବିର୍ଲା ହିଣ୍ଡାଲକୋ ରିଫେଇନେରି ପକ୍ଷରୁ ଏହି ଟୁର୍ଣାମେଣ୍ଟ ଆୟୋଜିତ ହୋଇଥିଲା। ସ୍ଵାସ୍ଥ୍ୟ,ସଡ଼କ, ଲୋକ ସମ୍ପର୍କ ବଢାଇବା ସହ ଅଞ୍ଚଳର ବିକାଶ ଦିଗରେ ଏକ ବନ୍ଧୁତ୍ଵ ପୁର୍ଣ୍ଣ ବାତାବରଣ ସୃଷ୍ଟି କରିବା କମ୍ପାନୀର ଲକ୍ଷ୍ୟ ଅଟେ। ଏହି ଅବସରରେ କମ୍ପାନୀ CEO ଶ୍ରୀଯୁକ୍ତ ମୋଜହର ବେଗଙ୍କୁ ଅଞ୍ଚଳ ବାସି ଭୂରିଭୂରି ପ୍ରଶଂସା କରିବା ସହିତ ଆଦିତ୍ୟ ବିର୍ଲା ହିଣ୍ଡାଲକୋ କମ୍ପାନୀ ରାୟଗଡ଼ ଜିଲ୍ଲାର ବିକାସ ଦିଗରେ କାର୍ଯ୍ୟ କରିବା ସହିତ କାଶୀପୁର ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଦିଗରେ ଅଣ୍ଟାଭିଡ଼ି ଠିଆ ହୋଇଛି ବୋଲି କମ୍ପାନୀ CEO ବାର୍ତ୍ତା ମାଧ୍ଯମରେ ଜଣାଇଛନ୍ତି। ଆଗମୀ ଦିନରେ ଅନେକ ଖେଳ ଆୟୋଜିତ କରିବା ସହିତ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ଏବଂ ଅଞ୍ଚଳ ବାସିଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ତତ୍ପର ରହିବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ଶ୍ରୀଯୁକ୍ତ ବେଗ। ଏହି ମ୍ୟାଚକୁ ଶାନ୍ତି ଶୃଙ୍ଖଳା ପରିସ୍ଥିତି ଓ ସୁରୁଖୁରୁରେ ସମାପନ କରିବା ପାଇଁ ସରପଂଚ ସିରିପାଇ ର ଇଛା ମୋହନ ମାଝୀ, ଭୀମ ନାୟକ, ବେଣୁଧର ନାୟକ, କୁଞ୍ଜବନ ନାୟକ, ଅଭିନାୟକ, ଗଙ୍ଗାଧର ନାୟକ, ଶିଦ୍ଧେ ନାୟକ, ଗୌରୀ ଶଙ୍କର ନାୟକ, ନାଗେଶ ଖୋସଲା ଏବଂ ସହିଦ୍ ଲକ୍ଷ୍ମଣ ନାୟକ କ୍ଲବ୍ ସଭାପତି ଦୋରା କଣ୍ଡାଗିରି ସମେତ ଅଞ୍ଚଳବାସି ପ୍ରମୂଖ ଉପସ୍ଥିତ ଥିଲେ।