ବିଜେପିର ଜନ-ଆକ୍ରୋଶ ମହିଳା ପଦଯାତ୍ରା
ଲଇକେରା, ୨୯/୦୪ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା କିର୍ମିରା ବିଜେପି ମଣ୍ଡଳ ମହିଳା ମୋର୍ଚ୍ଚା ପକ୍ଷରୁ ଜନ-ଆକ୍ରୋଶ ମହିଳା ସମାବେଶ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ମହିଳା ମୋର୍ଚ୍ଚା ମଣ୍ଡଳ ସଭାପତି ଯଜ୍ଞସେନୀ ନାଏକଙ୍କ ନେତୃତ୍ତ୍ୱରେ ସ୍ଥାନୀୟ ମାଁ ସମଲେଶ୍ୱରୀ ମନ୍ଦିର ସମ୍ମୁଖରୁ ଗ୍ରାମ ପରିକ୍ରମା କରି ବ୍ଲକ ଛକ ପର୍ଯ୍ୟନ୍ତ ପଦଯାତ୍ରା ବାହାରିଥିଲେ ।ବିରୋଧି ଦଳ ପକ୍ଷରୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଓ ନାରୀ ଶକ୍ତିକୁ ବିରୋଧ ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସମାଲୋଚନା କରାଯାଇଥିଲା ।ବିରୋଧି ଦଳ ନେତା ରାହୁଳ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।ଏଥିରେ କିର୍ମିରା ସରପଞ୍ଚ ସନ୍ତୋଷିନୀ ପଟେଲ, କୋଲାବିରା ମଣ୍ଡଳ ସଭାନେତ୍ରୀ ଲତିକା ସାହୁ,ଜିଲ୍ଲା ଉପସଭାନେତ୍ରୀ ସୈାଦାମିନୀ କାଲୋ,ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପ୍ରେମସେନ ରାୟ,କିର୍ମିରା ମଣ୍ଡଳ ପ୍ରଭାରୀ ସନ୍ତୋଷ ୟାଦବ,ମଣ୍ଡଳ ସଭାପତି ଉର୍ଦ୍ଧବ ସିଂ ନାଏକ,ସାଂସଦ ପ୍ରତିନିଧି ବାବୁଲା କିସାନ ଉପସ୍ଥିତ ଥିଲେ ।ଯୁବନେତା ଝସକେତନ ପ୍ରଧାନ,ଜାମିନୀକାନ୍ତ ନାଏକ, ସନ୍ଦିପ କୁମାର ପଟେଲ,ବାବୁଲି ପଟେଲ,ରୂପେଶ ବେହେରା ପ୍ରମୁଖ କାର୍ଯ୍ଯକ୍ରମକୁ ପରିଚାଳନା କରିଥିବା ବେଳେ ଏଥିରେ ଶତାଧିକ ସଦସ୍ୟା ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ ।
********ନବଦୂତ ନ୍ୟୁଜ********