Hot Posts

6/recent/ticker-posts

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ ପ୍ରତିନିଧି ରବୀନ୍ଦ୍ର ଅଣ୍ଡିଆଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ।

ବାଲିଆପାଳ, ୦୩/୦୪ ( ସନ୍ୟାସୀ ବେହେରା ) : ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରତିନିଧି ତଥା ସମାଜସେବୀ ରବୀନ୍ଦ୍ର କୁମାର ଅଣ୍ଡିଆ ଓ ବାଲିଆପାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ହେମନ୍ତ କୁମାର ଦାସ ବୁଧବାର ଅଚାନକ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରି ଦର୍ଶନରେ ଯାଇଥିଲେ। ଏହି ପରିଦର୍ଶନ ସମୟରେ ଶ୍ରୀ ଅଣ୍ଡିଆ ରୋଗୀ ମାନଙ୍କର ସୁବିଧା ଅସୁବିଧା ବୁଝିବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଥିବା ଡାକ୍ତର ଏସ. ଗିରି ଓ ହିମାଦ୍ରୀ ପାଣିଗ୍ରାହୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ଅଭାବ ଓ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ କହିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ, ମାଙ୍କଡ଼ ଓ କୁକୁର କାମୁଡା ଇଞ୍ଜେକ୍ସନ ମିଳୁ ନ ଥିବା ନେଇ ପୂର୍ବରୁ ଲୋକେ ଅଭିଯୋଗ କରି ଆସିଥିଲେ। ଏନେଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀଙ୍କୁ ଜଣାଇବେ ବୋଲି ଉପସ୍ଥିତ ଲୋକଙ୍କୁ କହିଥିଲେ। ଏବେ ସାଂସଦ ପାଣ୍ଠି ରେ ଏକ୍ସରେ ମେସିନ, ସାଇକେଲ ଷ୍ଟାଣ୍ଡ, କମ୍ୟୁନିଟି ହଲ ଆଦି ନିର୍ମାଣ ହେବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରର ପରିମଳ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଇଁ ତାଙ୍କ ପକ୍ଷରୁ ନିୟମିତ ତଦାରଖ କରାଯିବ ବୋଲି ଶ୍ରୀ ଅଣ୍ଡିଆ ମଧ୍ୟ କହିଥିଲେ। ଡବ୍ଲ ଇଂଜିନ ସରକାର ଧିରେ ଧିରେ ସ୍ୱାସ୍ଥ୍ୟ କେନ୍ଦ୍ରର ସବୁ ସମସ୍ୟା କୁ ସମାଧାନ କରିବେ ବୋଲି ସେ ମଧ୍ୟ ଲୋକଙ୍କୁ କହିଛନ୍ତି।