Hot Posts

6/recent/ticker-posts

ଛୁରାମାଡ଼ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ: ସିନାପାଲି ପୋଲିସର ସଫଳତା

ସିନାପାଲି, ୦୩/୦୪ ( ପରମେଶ୍ୱର ମେହେର ) : ଗତ ୨୯ ଜାନୁଆରୀ ରେ ସିନାପାଲି ଥାନା କାପସି ଗ୍ରାମର ଜଣେ ଯୁବକଙ୍କୁ ଛୁରା ମାଡକରି ଅଭିଯୁକ୍ତ ଜଣକ ଫେରାର୍ ହୋଇଯାଇଥିଲା । ଏହି ଘଟଣାରେ ସିନାପାଲି ଥାନାଧିକାରୀ ଦୁର୍ଗାମାଧବ ବାଗ ଜଣେ ଯୁବକଙ୍କୁ ବୁଧବାର ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ହେଲେ କାପସି ଗ୍ରାମର ଆଲୋକ ଦାସ। ଗତ ୨୯ ଜାନୁଆରୀ ରେ କାପସି ଗ୍ରାମର ଶମ୍ଭୁ ପ୍ରସାଦ ମାଝି ଓ ଆଳୋକ ଦାସ ଙ୍କ ମଧ୍ୟରେ ଏକ ବାଇକ କିଣାବିକା କାଗଜପତ୍ର ନେଇ କଥା କଟାକଟି ହୋଇଥିଲା। ଏହି ସମୟରେ ଆଲୋକ ଉତ୍ତୋଜିତ ହୋଇ ଛୁରାରେ ଶମ୍ଭୁଙ୍କୁ ଆକ୍ରମଣ କରିଥିଲା । ଛୁରା ମାଡରେ ଶମ୍ଭୁ ଗୁରୁତର ହୋଇଥିଲେ । ଶମ୍ଭୁ ନିଜ ବଡଭାଇ ଦୁର୍ଯ୍ୟୋଧନଙ୍କୁ ଫୋନରେ ଜଣାଇଥିଲେ । ବଡଭାଇ ପହଞ୍ଚି ସାନଭାଇକୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ଭବାନିପାଟଣା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଏ ନେଇ ଦୁର୍ଯ୍ୟୋଧନ ସିନାପାଲି ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲି ଅଭିଯୁକ୍ତକୁ ଗିରଫ କରିଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଛି।