Hot Posts

6/recent/ticker-posts

ପ୍ରହରୀ ଉତ୍ସବରେ ରକ୍ତରଞ୍ଜିତ ଘଟଣା! ଯୁବକଙ୍କୁ ହତ୍ୟା କରି କୂଅରେ ଫିଙ୍ଗାଯାଇଥିବା ଅଭିଯୋଗ, ନିର୍ଦୋଷଙ୍କୁ ଫସାଇବା ନେଇ ତିବ୍ର ପ୍ରତିବାଦ, ନିରପେକ୍ଷ ତଦନ୍ତ ପାଇଁ ଜିଲ୍ଲପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି, ୧୦/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ପାଣିମୁଣ୍ଡା ଗାଁରେ ଷୋହଳ ପ୍ରହରୀ ନମଯଞ୍ଜ୍ ଉତ୍ସବ ମଧ୍ୟରେ ଘଟିଛି ଏକ ଚମକପୂର୍ଣ୍ଣ ଓ ରହସ୍ୟମୟ ହତ୍ୟାକାଣ୍ଡ। ଏପ୍ରିଲ ୩ ଓ ୪ ତାରିଖରେ ଚାଲିଥିବା ଧାର୍ମିକ କାର୍ଯ୍ୟକ୍ରମ ସମୟରେ ସାନଖଇରମାଲ ଗ୍ରାମର ଗୌରାଙ୍ଗ ମାଝୀଙ୍କୁ ଚତୁରାର ସହ ଡାକି ନେଇଯାଇଥିବା ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ପୂର୍ବ ପରିକଳ୍ପନା ଅନୁସାରେ ପ୍ରେମ ସମ୍ପର୍କକୁ ନେଇ ଗୌରାଙ୍ଗ ମାଝୀଙ୍କୁ ନିର୍ମମ ଭାବେ ହତ୍ୟା କରି ତାଙ୍କ ଶବକୁ କୂଅର ଫିଙ୍ଗିଦିଆଯାଇଥିଲା। ଏପ୍ରିଲ ୭ ତାରିଖରେ ନର୍ଲା ପୋଲିସ ର ଉପସ୍ଥିତରେ କୂଅରୁ ମୃତଦେହ ଉଦ୍ଧାର ହେବା ପରେ ଘଟଣା ଆଗକୁ ଆସିଥିଲା। କିନ୍ତୁ ଏହି ଘଟଣାକୁ ନେଇ ଏବେ ନୂଆ ମୋଡ଼—ଗ୍ରାମବାସୀଙ୍କ ଅଭିଯୋଗ, ପ୍ରକୃତ ଅଭିଯୁକ୍ତମାନେ ଖୋଲାଖୁଲି ଘୁରୁଥିବାବେଳେ ନିର୍ଦୋଷ ଯୁବକମାନଙ୍କୁ ନର୍ଲା ପୋଲିସ ଧରି ନେଇ ମିଥ୍ୟା ମାମଲାରେ ଫସାଇଛି। ଏହା ସହିତ ଧରାପଡ଼ିଥିବା ଯୁବକମାନଙ୍କୁ ଥାନାରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିବା ଗୁରୁତର ଅଭିଯୋଗ ମଧ୍ୟ ଉଠିଛି। ଏହି ଘଟଣା ପରେ ଗ୍ରାମରେ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ଏସପି ଓ ଜିଲ୍ଲାପାଳଙ୍କୁ ନିରପେକ୍ଷ ତଦନ୍ତ ସହ ପ୍ରକୃତ ହତ୍ୟାକାରୀଙ୍କୁ କଠୋର ଶାସ୍ତି ଦେବା ଓ ନିର୍ଦୋଷଙ୍କୁ ମୁକ୍ତ କରିବା ପାଇଁ ଜୋରଦାର ଦାବି କରିଛନ୍ତି।





କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ