Hot Posts

6/recent/ticker-posts

ବୟସ ୮୫ ମିଳୁନାହିଁ ବର୍ଦ୍ଧିତ ଭତ୍ତା

ଝରିଗାଁ, ୧୭/୦୪ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଦାବିରିମୁଣ୍ଡା ଗ୍ରାମର ସତ୍ୟଭାମା ଗୌଡ (୮୫) ବୟସ ହୋଇଯାଇଥିଲେ ସୁଦ୍ଧା ମିଳୁନାହିଁ ବର୍ଦ୍ଧିତ ଭତ୍ତା। ଓଡ଼ିଶା ସରକାର ୮୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧବୃଦ୍ଧା ଏବଂ ୮୦% ରୁ ଅଧିକ ଭିନ୍ନକ୍ଷମଙ୍କ ପାଇଁ ଭତ୍ତା ରାଶି ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ହେଲେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି । ସତ୍ୟଭାମାଙ୍କୁ ସରକାରଙ୍କ ପକ୍ଷରୁ ୫ କେଜି ରାସନ ଚାଉଳ ଓ ୧ହଜାର ଟଙ୍କା ଭତ୍ତା ମିଳୁଛି । ସତ୍ୟଭାମାଙ୍କ ସ୍ୱାମୀ ଭଗବାନ ଗୌଡଙ୍କ ଦେହାନ୍ତ କୁ ୧୦ରୁ ଉର୍ଦ୍ଧ୍ୱ ସମୟ ବିତିଯାଇଛି।ସତ୍ୟଭାମା ଏକୁଟିଆ ଏବେ ଅସହାୟ ଭାବେ ରହିଆସୁଛନ୍ତି । ସତ୍ୟଭାମାଙ୍କୁ ୮୦ ବୟସରୁ ଉର୍ଦ୍ଧ ହୋଇଯାଇଥିଲେ ମଧ୍ୟ ବର୍ଦ୍ଧିତ ଭତ୍ତା ଏଯାଏଁ ମିଳିପାରିନାହିଁ । ଅନେକ ଥର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସରକାରଙ୍କ ଏହି ବର୍ଦ୍ଧିତ ଭତ୍ତା ଯୋଜନା ଝରିଗାଁ ବ୍ଲକରେ ପ୍ରୋତ୍ସାହନ ପାଲଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସତ୍ୟଭାମା ବର୍ଦ୍ଧିତ ଭତ୍ତା ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି । ତେଣୁ ପ୍ରଶାସନ ଦୃଷ୍ଟିଦେଇ ସତ୍ୟଭାମାଙ୍କୁ ୩୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ଯୋଗାଇଦେବାକୁ ଦାବି ହୋଇଛି ।