ଜୟପୁର, ୦୫/୦୪ ( ଏ. ଭେଙ୍କଟ ରାଓ ) : କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ମାଛ ଜୟପୁର ଠାରେ ସାମ୍ୱାଦିକ ମାନଙ୍କ ପ୍ରଶ୍ନ ସୁଭଦ୍ରା ଶକ୍ତି ମେଳାରେ ରାଜ୍ୟ ମୁଖ୍ୟ ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କୋରାପୁଟ ଜିଲ୍ଲାରେ ଏକ ସରକାରୀ ବି ଟେକ କଲେଜ କେବେ ହେବ ଉତ୍ତରରେ ମୁଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଂକ୍ରାନ୍ତରେ ଏବଂ ଜିଲ୍ଲାର ଅନେକ ସମସ୍ୟା ସମ୍ବନ୍ଧେ ଆଲୋଚନା କରିଛି ଜିଲ୍ଲାରେ ନିଶ୍ଚିତ ଭାବେ ଏକ ସରକାରୀ ବି ଟେକ କଲେଜ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ କରିବି ଏବଂ ଜିଲ୍ଲା ଭିତ୍ତିକ ନିଯୁକ୍ତି ପରିପ୍ରେକ୍ଷୀରେ କହିଲେ ଏହି ବିଷୟ ନ୍ୟାୟାଳୟର ବିଚାରରେ ରହିଛି ପରେ ଏହାକୁ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ମୁଖ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି କହିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଶିକ୍ଷା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ବୃଦ୍ଧି କରିଥିବାରୁ ରାଜ୍ୟ ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।