ଅଷ୍ଟମ ତମ ପଞ୍ଚାୟତ ସମିତି ର ସାଧାରଣ ବୈଠକ।
ତେନ୍ତୁଳିଖୁଣ୍ଟି, ୨୯/୦୪ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକର ପଞ୍ଚାୟତ ସମିତି ର ଅଷ୍ଟମ ତମ ର ସାଧାରଣ ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ତେନ୍ତୁଳିଖୁଣ୍ଟି ସମିତି ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା, ବିଧାୟକ ପ୍ରତିନିଧି ହରେକୃଷ୍ଣ ମୁଦୁଲି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନଜ ପାଣିଗ୍ରାହୀ, ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ କହଁର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ଵଳନ ସହ ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ, ବୈଠକ ଆରମ୍ଭ ରେ ପଞ୍ଚାୟତ ଅଧିକାରୀ ରାଧାକାନ୍ତ ରଣା ପୂର୍ବ ବୈଠକ ର ବିବରଣୀ ପାଠ ଆରମ୍ଭ କରିବା ସମୟରେ କିଛି କଂଗ୍ରେସ, ବିଜେଡି ସମିତି ସଭ୍ୟ ସଭ୍ୟା ଓ଼ ସରପଞ୍ଚ ଦୀର୍ଘ 8ମାସ ଧରି କାହିଁକି ସମିତି ବୈଠକ ହୋଇପାରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ।ପରେ କିଛି ପଂଚାୟତର ଉପସ୍ଥିତ ସରପଞ୍ଚ ଓ ସମିତିସଭ୍ୟ ମାନେ ମଧ୍ୟ ସମିତି ବୈଠକ ହେଉନଥିବା ନେଇ ଅଧ୍ୟକ୍ଷା ଙ୍କୁ ପ୍ରଶ୍ନ କରିଥିଲେ।ଅଧ୍ୟକ୍ଷା ସାଂସଦ, ବିଧାୟକ ଙ୍କ ସମୟ ହେଉନଥିବାରୁ ଏବଂ ମୋର ସ୍ୱାସ୍ଥ୍ୟ ଖରାପ ଯୋଗୁଁ ହୋଇପାରୀ ନାହିଁ କହିବା ସହ କ୍ଷମା ପ୍ରାର୍ଥନା କରିଥିଲେ।ଏହି କଥାରେ ଅସନ୍ତୋଷ ପ୍ରକାଶ କରି କେତେକ ସରପଞ୍ଚ ସମିତି ସଭ୍ୟ ସଭ୍ୟା ବୈଠକରୁ ଉଠି ଚାଲିଯାଇଥିଲେ। ତଥାପି ବୈଠକ ପରି ଚଳିତ କରା ଯାଇଥିଲା ସ୍ୱାସ୍ଥ୍ୟ ବିଭାଗର ବିଭାଗ ଅଧିକାରୀ, ଶିକ୍ଷା ବିଭାଗ ଅଧିକାରୀ ହେବ । ସମନ୍ୱିତ ମହିଳା ଏବଂ ଶିଶୁ ବିକାଶ ଅଧିକାରୀ ।ସାମାଜିକ ସୁରକ୍ଷା ଅଧିକାରୀ 395 ।ଯୋଗାଣ ବିଭାଗ ଅଧିକାରୀ, ପାନୀୟଜଳ ବିଭାଗ ଅଧିକାରୀ. କୃଷି ବିଭାଗ ଅଧିକରୀ ,ବିଦ୍ୟୁତ ବିଭାଗ ଅଧିକାରୀ ସୋଲାର ସଂଯୋଗ ବିଷୟରେ ଆଲୋଚନା କରିଥିଲେ,ଗ୍ରାମ୍ୟ ଉନ୍ନୟନ ଅଧିକାରୀ ପଞ୍ଚାୟତ ସମିତି ର ବିଭିନ୍ନ ରାସ୍ତା ନିର୍ମାଣ ଉପରେ କହିଥିଲେ,ଆବାସ ଯୋଜନା ,,ମଙ୍ଗଳ ବିଭାଗ,ସ୍ୱଚ୍ଛ ଭାରତ ମିଶନ,ଉନ୍ନୟନ ବିଭାଗ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ରହି ଥିବା ସମସ୍ୟା ର ସମାଧାନ କରିବା କୁ କହିଥିଲେ । ବୈଠକ ଆଲୋଚନା ରେ ସରପଞ୍ଚ ଭୁବନେଶ୍ଵରୀ ନାୟକ( କଣ୍ଟାଗାଁ) ,ତ୍ରିପତି ମହାନ୍ତି( ମଞ୍ଚାଗାଁ), କାର୍ତ୍ତିକ ମୁଦୁଲି(ଅମ୍ଲାଭଟା),କିଶୋର ନାୟକ( ଦିଗି), ଥମେଶ୍ୱରୀ ଭୋଇ (କଂଗ୍ରା), ସମିତି ସଭ୍ୟ ବିଦୁସ୍ମିତା ଯାନୀ (ଅମ୍ଲାଭଟା), ,ସୁଶିଳା ପୂଜାରୀ( ଦିଗି), କ୍ରିଷ୍ଣା ମଞ୍ଜରୀ ବିଷୋୟୀ, ନିଲାନ୍ଦ୍ରୀ ନାୟକ, ରାଜେନ୍ଦ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ, ଶେଷରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଲୋଚନା ପରେ ପଞ୍ଚାୟତ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ବୈଠକ ସାଙ୍ଗ କରାଯାଇଥିଲା।
ଶେଖର ଖୁରଙ୍କ ରିପୋର୍ଟ ନବରଙ୍ଗପୁର