ନିଜ ଜନ୍ମଦିନରେ ରକ୍ତଦାନ କରି ପ୍ରଶଂସା ସାଉଁଟିଲେ ବିଧାୟକ |
ଝରିଗାଁ, ୧୯/୦୪ ( ନକୁଳ ଭତ୍ରା ) : ଝରିଗାଁ ବିଧାୟକ ନରସିଂହ ଭତରାଙ୍କ ୪୮ତମ ଜନ୍ମଦିନ ହୋଇଥିବା ବେଳେ ଉମରକୋଟ ବ୍ଲକ ଜାମରଣ୍ଡା ପଂଚାୟତ ଅନ୍ତର୍ଗତ ଢ଼େପଗୁଡା ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ନିଜେ ରକ୍ତଦାନ କରିଥିବା ଦେଖିବାକୁ ମିଳିଛି |ସୂଚନା ଥାଉକି, ବିଧାୟକ ନରସିଂହ ଭତରା ଆଜି ଭୋର ସକାଳୁ ନିତ୍ୟକର୍ମ ସାରି ଉମରକୋଟ ସ୍ଥିତ ମା ପେନ୍ଡ୍ରାଣୀଙ୍କ ମନ୍ଦିରରେ ପହଂଚିଥିଲେ ସପରିବାର ସେଠାରେ ପହଂଚିବା ପରେ ପ୍ରଥମେ ମାଙ୍କ ପୂଜାର୍ଚନା ସାରି ଆଶୀର୍ବାଦ ଭିକ୍ଷା କରି ବାହାରେ ବାହାରି ମନ୍ଦିର ପରିସରରେ ବସିଥିବା ଭିକାରି ମାନଙ୍କୁ ଗାମୁଛା ଓ ଛତା ବଣ୍ଟନ କରିଥିଲେ |ବିଧାୟକ ସେଠାରୁ ବାହାରି ଝରୀଗାଁ ନିର୍ବାଚନ ମଣ୍ଡଳୀ ର ଉମରକୋଟ ବ୍ଲକ ଜାମରଣ୍ଡା ପଂଚାୟତ ଅନ୍ତର୍ଗତ ଢ଼େପଗୁଡା ଗ୍ରାମଠାରେ ଆୟୋଜିତ ୫୦ୟୁନିଟ ସଂଗ୍ରହ ହଇ ଥିବା ରକ୍ତଦାନ ଶିବିରରେ ଯୋଗଦେଇ ଫିତା କାଟି ଶିବିରର ଶୁଭ ଉଦ୍ଘାଟନ କରିବା ସହିତ ନିଜେ ମଧ୍ୟ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ |ଏହି ସମୟରେ ବିଧାୟକଙ୍କ ପରିବାର ବର୍ଗଙ୍କ ସହିତ ନବରଙ୍ଗପୁର ଉନ୍ନୟନ ସ୍ୱତନ୍ତ୍ର ପରିଷଦ ଅଧ୍ୟକ୍ଷା ବାସନ୍ତୀ ମାଝୀ,ରାଜ୍ୟ କାର୍ଯ୍ୟକାରେଣୀ ସଭାପତି ଗୋବିନ୍ଦ ଜୈନ, ସମାଜ ସେବୀ ପ୍ରତାପ ବାଘ, ଜିଲ୍ଲା ବିଜେପି କୃଷକ ମୋ୍ଚ୍ଚା ସଭlପତି ଜଗ ଦିସ କଳାର,ଖାଣ୍ଡା ମଣ୍ଡଳ ସଭାପତି ଗୌତମ ହରିଜନ, ପ୍ରଫୁଲ୍ଲ ପ୍ରଧାନୀ, ମଣ୍ଡଳ ସଭାପତି ଈଶ୍ୱର ଭତରା,ବରିଷ୍ଟ ବିଜେପି ନେତା ବସନ୍ତ କୁମାର ମାଝୀ,ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ଭୋଦେବ ବାଘ, ମାଲଗାଁ ମଣ୍ଡଳ ସଭାପତି ତରଣ ନାୟକ,ଉମରକୋଟ ପୂଜାରୀଗୁଡା ମେଡିକାଲ ଟିମ ଉମରକୋଟ ବ୍ଲଡ଼ ବ୍ୟାଙ୍କ ଟିମ, ରାଜ୍ୟ ଏସି ମୋର୍ଚା ରାଜ୍ୟ ସମ୍ପାଦକ ଆସୁ ମଣ୍ଡଳ, ଉମରକୋଟ ଓ ଝରିଗାଁ ଚାନ୍ଦା ହାଣ୍ଡି, ବିଜେପି କାର୍ଯ୍ୟ କର୍ତ୍ତା ସହ ସମିରଣ, ପବିତ୍ର, ସୁଦାମ ଆଦି ଉପସ୍ଥିତ ରହି ସହ ଯୋଗ କରିଥିଲେ