ସିନାପାଲିରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ
ସିନାପାଲି, ୧୯/୦୪ ( ଵନ ବିହାରୀ ମେହେର ) : ଶିକ୍ଷା ବିଭାଗ ସିନାପାଲି ତରଫରୁ ପିଏମ୍ ଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିନାପାଲି ପ୍ରାଙ୍ଗଣରେ ରବିବାର ଦିନ ଏକ ମେଗା ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୂଆପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନର ମହତ୍ତ୍ୱ ଉପରେ ଉଦ୍ବୋଧନ ଦେଇଥିଲେ ଓ ସମସ୍ତଙ୍କୁ ସ୍ୱଇଚ୍ଛାରେ ରକ୍ତଦାନ କରିବାକୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି (ଜିଲ୍ଲା ଶିକ୍ଷା ଅଧିକାରୀ, ନୂଆପଡା), ଶ୍ରୀମତୀ କର୍ମୀ ଓରାମ (ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିନାପାଲି), ଶ୍ରୀଯୁକ୍ତ ଲଳିତ ସୁନାରି (ପ୍ରଧାନ ଶିକ୍ଷକ ପିଏମ୍ ଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିନାପାଲି), ଡ଼ଃ ଶ୍ରୀମାନ ସାହୁ (ଚିକିତ୍ସା ଅଧିକାରୀ, ସିଏଚସି ସିନାପାଲି), ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା (ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ), ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ଯୋଶୀ (ସମ୍ପାଦକ, ଓଷ୍ଟା) ଓ ଶ୍ରୀଯୁକ୍ତ ପ୍ରସନ୍ନ ମାଝୀ (ସଭାପତି, ଶିକ୍ଷକ ସଂଘ) ଉପସ୍ଥିତ ଥିଲେ। ଶିବିରର ସଭାପତିତ୍ୱ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସେଥ (ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିନାପାଲି) କରିଥିଲେ। ରକ୍ତ ସଂଗ୍ରହ କାର୍ଯ୍ୟ ଡିଏଚଏଚ ବ୍ଲଡ୍ ବ୍ୟାଙ୍କ, ନୂଆପଡା ଦ୍ୱାରା କରାଯାଇଥିଲା ଏବଂ ସିଏଚସି ସିନାପାଲିର ଚିକିତ୍ସକ ଓ କର୍ମଚାରୀମାନେ ସହଯୋଗ କରିଥିଲେ। ଏଥିରେ ଡ଼ଃ ନମିଶ ସା (ଏମଓ, ସିଏଚସି ସିନାପାଲି), ଶ୍ରୀଯୁକ୍ତ କିରଣ ସିଂହ ଧରୁଆ (ଏଲଟି ସିଏଚସି ସିନାପାଲି), ଶ୍ରୀଯୁକ୍ତ ଘନଶ୍ୟାମ ପ୍ରଧାନ (ଏଲଟି, ଡିଏଚଏଚ ନୂଆପଡା ), ଶ୍ରୀଯୁକ୍ତ ଲିଙ୍ଗରାଜ ଦାସ, ହେତୁରାମ ହଂସ (ଡିଏଚଏଚ ନୂଆପଡା), ଶ୍ରୀଯୁକ୍ତ ଜୟନ୍ତ ସାହୁ ଓ ଶ୍ରୀଯୁକ୍ତ ମୋତି ଦଣ୍ଡସେନା ମୁଖ୍ୟ ଭୂମିକା ନିଭାଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମହେନ୍ଦ୍ର ବାଗ, ବାଲାଜୀ ସୁନାନୀ, ଦୁର୍ଯ୍ୟୋଧନ ମାଝୀ, ବଂଶୀଧର ଜଗତ, ପ୍ରଦୀପ କୁମାର ନାୟକ, ରାଧେଶ୍ୟାମ ସୁନାନୀ, ହେତୁରମ ମେହେର, ବୈଷ୍ଣବ ମେହେର, ଗୌତମ ମେହେର, ସନୁର୍ଜ୍ୟ ମେହେର, ପ୍ରେମାନନ୍ଦ ମେହେର, ଝରଣା ସାଗର ଦୁରିଆ, ପଙ୍କଜିନୀ ତାଣ୍ଡି, ଜୟଶ୍ରୀ ସ୍ୱାଇଁ, ସୁରଭି ପଣ୍ଡା, ସତ୍ୟରୁପା ଯୋଶୀ, ସନ୍ତୋଷିନୀ ମେହେର ଓ ବେଲମତି ଧରୁଆ ଓ ଅନ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ଶିବିରରେ ବହୁ ସଂଖ୍ୟକ ସ୍ୱଇଚ୍ଛାସେବୀ ରକ୍ତଦାନ କରିଥିବାରୁ କାର୍ଯ୍ୟକ୍ରମଟି ସଫଳ ହୋଇଥିବା ଜଣାପଡ଼ିଛି।