ଦେବେନ୍ଦ୍ର ଅଣ୍ଡିଆଙ୍କ ପୁସ୍ତକ " ଭାବ ଭକତି " ଲୋକାର୍ପିତ ।
ବାଲିଆପାଳ, ୩୦/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବରିଷ୍ଠ ନାଗରିକ ପରିଷଦ ଅଫିସ ଗୃହରେ ରବିବାର ପରିଷଦର ସଭାପତି ନାରାୟଣ ପ୍ରସାଦ ସାହୁଙ୍କ ପୌରାହିତ୍ୟରେ ଏକ ମାସିକ ବୈଠକ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ପାଳିତ ହୋଇଯାଇଛି | ବୈଠକର ଆରମ୍ଭରେ ଓଁ କାର ଧ୍ୱନି ଓ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା। ସ୍ୱାସ୍ଥ୍ୟ ଗତ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା | ପରିଷଦର ଉପ ସଭାପତି ପୂର୍ଣ୍ଣ ଚନ୍ଦ୍ର ରାଜ, ବରିଷ୍ଠ ଅଧ୍ୟକ୍ଷ ଡ଼ଃ କୁଞ୍ଜକାନ୍ତ ପାତ୍ର, ସମ୍ପାଦକ ବଂକିମ ଚନ୍ଦ୍ର ଜେନା ମଂଚାସୀନ ହୋଇଥିଲେ |ପରିଷଦର ବରିଷ୍ଠ ସଦସ୍ୟ ତଥା ଶିକ୍ଷାବିତ ଦେବେନ୍ଦ୍ର ଅଣ୍ଡିଆଙ୍କ ଲିଖିତ ପୁସ୍ତକ " ଭାବ ଭକତି " ଉନ୍ମୋଚନ ହୋଇଥିଲା |ପରିଷଦର ବରିଷ୍ଠ ସଦସ୍ୟ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସୁ ସାହିତ୍ୟିକ ଡ଼ଃ ବିଜୟ କୁମାର ଦେ ପୁସ୍ତକର ସମୀକ୍ଷା ସହିତ ଉଦ୍ଘାଟନୀ ବକ୍ତବ୍ୟ ରଖିଥିଲେ |ଲେଖକ ଦେବେନ୍ଦ୍ର ଅଣ୍ଡିଆ ନିଜ ଜୀବନର ସାହିତ୍ୟିକ ଓ କବିପ୍ରାଣ ବିଷୟୀକ ସାର ଗର୍ଭକ ଭାଷଣ ରଖିଥିଲେ |ବୈଠକରେ କବି ସନ୍ନ୍ୟାସୀ ବେହେରା, ରାଜକୃଷ୍ଣ ପାତ୍ର, ବିଜୟ ପାତ୍ର, ବୀର ମାଧବ ଦାସ, ଶ୍ରୀହରି ମଣ୍ଡଳ , ଅବସରପ୍ରାପ୍ତ ଅଧ୍ୟାପକ ଅନନ୍ତ ଗିରି, ବେଣୁଧର ମଣ୍ଡଳ,କାର୍ତ୍ତିକ ରାଉତ ପ୍ରମୁଖ ଅନେକ ସଦସ୍ୟ ଯୋଗ ଦେଇଥିଲେ | ଗାୟକ ଶଙ୍କରର୍ଷଣ ପରିଡା ଉଦ୍ଘାଟନୀ ଭକ୍ତି ସଂଗୀତ ଗାନ କରିଥିଲେ |