Hot Posts

6/recent/ticker-posts

ପଦ୍ମପୁରରେ ଅଭ୍ୟାସ ଟେକ୍ନୋ ସ୍କୁଲର ବାର୍ଷିକ ଉତ୍ସବ, ସ୍ୱାସ୍ଥ୍ୟ ସେବା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମନମୋହିଲେ ଛାତ୍ରଛାତ୍ରୀ

ପଦ୍ମପୁର, ୦୭/୦୪ ( ଭି. ଗୌରି ଶଙ୍କର ରାଓ ) : ମୁ ନୁହେଁ ଆମ ଚିନ୍ତା ଧାରା ରେ ଆରମ୍ଭ ହୋଇଥିବା ରାୟଗଡା ଜିଲ୍ଲାର ପଦ୍ମପୁର ଠାରେ ଅବସ୍ଥିତ ଅଭ୍ୟାସ ଟେକ୍ନୋ ସ୍କୁଲ ଆଜି 04/04/2026 ତାରିଖରେ ତାର foundation day ଅବସରରେ ବାର୍ଷିକ ଉତ୍ସବ ପାଳନ କରିଛି। ଏହି ଅନୁଷ୍ଠାନ ସମାଜ ସେବାକୁ ପ୍ରାଧାନ୍ୟ ଦେଇ ପ୍ରତ୍ୟକ ବର୍ଷ ବାର୍ଷିକ ଉତ୍ସବ ରେ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରୋମ କରିଥାଏ। ସେହିପରି ଏହି ବର୍ଷ ମଧ୍ୟ ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦେଶ୍ୟରେ ସୁଦୂର ବିଶାକପାଟନମ ରୁ 3 ଜଣ ସ୍ପେସିଆଲିଷ୍ଟ ଡାକ୍ତର ଏବଂ 2 ଜଣ MMBS ଡାକ୍ତର ସହ 8 ଜଣ ସହଜଗୀ ଷ୍ଟାଫ ଙ୍କୁ ଡକାଇ ଅଞ୍ଚଳ ର ଅନେକ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ BP, ଡାଇବେଟିସ, ECG ଭଳି ପରୀକ୍ଷା କୁ ବନ ମୂଲ୍ୟରେ କରି ଔଷଧ ମଧ୍ୟ ଯୋଗାଇଥିଲେ। ପ୍ରାତଃହ 6.00 ଘଣ୍ଟା ସମୟରେ ପଦ୍ମପୁର ସୁନାରିଘାଇ ଛକ ଠାରେ ଅବସ୍ଥିତ ଗ୍ରାମଦେବୀ ଙ୍କ ଠାରୁ ଆଜ୍ଞାମାଳ ନେଇ ସହର ପରିକ୍ରମା କରି କାର୍ଯ୍ୟକ୍ରମ ଟିକୁ ଆରମ୍ଭ କରିଥିଲେ. ସନ୍ଧ୍ୟା ସମୟରେ ସ୍କୁଲ ତାର strenth show କରିବା ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ରାୟଗଡା ଜିଲ୍ଲାର ମଙ୍ଗଳ ଅଧିକାରିଣୀ ଶ୍ରୀମତୀ. ଅସୀମା ରାଓ ସମ୍ମାନିତ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ. ରୁଷିକେଶ ରଥ ଏବଂ ମୁଖ୍ୟ ବକ୍ତା ରୂପେ ଗୁଣୁପୁର ଗାୟତ୍ରୀ ଶିକ୍ଷା ଅନୁଷ୍ଠାନ ର ଅକ୍ଷୟ ଦାସ ମହୋଦୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସମସ୍ତ trust ମେମ୍ବର ଯୋଗ ଦେଇ ମଞ୍ଚାସିନ ହୋଇଥିଲେ। ଏହି କାର୍ଯ୍ୟକ୍ରମ ମୁଖ୍ୟ ଆକର୍ସିତ ଥିଲା ଝିଅ ମାନଙ୍କ ପିରାମିଡ଼ ଏବଂ ପୁଅ ମାନଙ୍କ acrobetic show। ଏଥିରେ ଝିଅ ମାନଙ୍କୁ ମଧ୍ୟ ଠିକ ପରିଚାଳନା ସହ ଉଚିତ ସୁଯୋଗ ଦେଲେ କଣ କରିପାରିବେ ତାହା ଦେଖାଇଥିଲେ। ପୁଅ ମାନେ acrobetic ରେ ସେମାନଙ୍କ dair devil strenth ଦେଖାଇଥିଲେ। କାର୍ଯ୍ୟକ୍ରମ ରେ କୁନି କୁନି ପିଲାମାନେ women, save girl child, use of social media ଭଳି theme କୁ dance ମାଧ୍ୟମରେ ପ୍ରଦର୍ଶନ କରି ଉପସ୍ଥିତ ଦର୍ଷକ ଙ୍କୁ ଆଚମ୍ବିତ କରିଦେଇ ଥିଲା। ବାର୍ଷିକ ଉତ୍ସବ ମାଧ୍ୟମରେ ଅନୁଷ୍ଠାନ ଦେଖେଇଥିଲା କି ସମାଜରେ ଗୋଟିଏ ଶିକ୍ଷା ଅନୁଷ୍ଠାନ କିପରି ପରିବର୍ତ୍ତନ ଆଣିପାରେ। କାର୍ଯ୍ୟକ୍ରମ ରେ ସମସ୍ତଙ୍କ ପାଇଁ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ପ୍ରାୟ 3000 ରୁ ଅଧିକ ଅଭିଭାବକ, ଦର୍ଶକ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିବାରେ ସହଯୋଗ କରିଥିଲେ।