Hot Posts

6/recent/ticker-posts

ସ୍ବତନ୍ତ୍ର ଉନ୍ନୟନ ପରିଷଦ ର ନୂତନ ଦାୟିତ୍ୱ ମିଳବା ପରେ ମାଁ ମାଣିକେଶ୍ବରୀଙ୍କ ଦର୍ଶନ କରିଛନ୍ତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

କଳାହାଣ୍ଡି, ୦୭/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ରାଜ୍ୟ ରେ ବିଜେପି ସରକାର ହେବା ପରଠାରୁ ଅନେକ ପଦ ପଦବୀ ପୂରଣ ଖାଲି ପଡିଥିଲା ଯାହା କୁ ନେଇ ସବୁ ବେଳେ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା,ହେଲେ ବର୍ତମାନ ତାହା ଉପରେ ଧିରେ ଧିରେ ପୂର୍ଣ୍ଣଛେଦ ପଡ଼ି ଚାଲିଛି ଓ ସମସ୍ତ ପଦ କୁ ରାଜ୍ୟ ସରକାର ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କୁ ପୂରଣ କରୁଛନ୍ତି Iକିଛି ଦିନ ପୂର୍ବ ରୁ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ଼ ପାଇଁ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ଦାୟିତ୍ବ ପ୍ରଦାନ କରିଥିବା ବେଳେ, ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପାଇଁ ଆଦିବାସୀ ନେତା ପୂର୍ବରୁ ଲାଞ୍ଜିଗଡ଼ ବିଧାୟକ ଲଢି ଥିବା ବିଜୟ ଦିଶାରି ଓ ଉପାଧ୍ୟକ୍ଷ ପାଇଁ ପୂର୍ବତନ ଆଦିବାସୀ ନେତ୍ରୀ ପୂର୍ବତନ ଜିଲ୍ଲା ପରିଷଦ ସୁଶ୍ରୀ ରିନା ଭୋଇ ଙ୍କ ନାମ ଘୋଷଣା କରିଛନ୍ତି , ପର୍ଯ୍ୟାୟ କ୍ରମେ ଜିଲ୍ଲା ପାଇଁ ବିଭିନ୍ନ ପଦ ପଦବୀ ପୂରଣ ପାଇଁ ନାମ ଘୋଷଣା ହେବା ପରେ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ଙ୍କ ମନୋବଳ ବଢିବା ସହ ଅତ୍ୟନ୍ତ ଉତ୍ସାହ ପରିଲକ୍ଷିତ ହେଉଛି I ଉକ୍ତ ପଦବୀ ଗୁଡ଼ିକ ପୂରଣ ହେଲେ ଜିଲ୍ଲା ର ବିଭିନ୍ନ ସମସ୍ୟା ଗୁଡ଼ିକ ର ସମାଧାନ ହୋଇ ପାରିବ ଓ ରାଜ୍ୟ ସରକାରଙ୍କ ସମସ୍ତ ଜନ କଲ୍ୟାଣ କାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପରିବ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଅଛି ,ଆଜି ଶ୍ରୀ ବିଜୟ ଦିଶାରି ଓ ରୀନା ଭୋଇ ଙ୍କୁ ଭବାନୀପାଟଣା ପହଞ୍ଚିବା ମାଁ ମାଣିକେଶ୍ବରୀ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ସର୍କିଟ ହାଉସ ପହଞ୍ଚି ଥିଲେ ସେଠାରେ ତାଙ୍କୁ ଭବାନୀପାଟଣା ନଗର ମଣ୍ଡଳ ତରଫ ରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇ ଥିଲା ଏହି ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ନଗର ସଭାପତି ଚିତ୍ତରଂଜନ ପାତ୍ର ,ଜିଲ୍ଲା ସମ୍ପାଦକ ସନ୍ତୋଷ ବିଶି,ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ସୋଭଗିନି ପାତ୍ର ,ନଗର ସାଧାରଣ ସମ୍ପାଦକ ପ୍ରଦୀପ ଦାସ ,ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ତଥା ଗତ ନିର୍ବାଚନର ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ,ପୂର୍ବତନ ବିଧାୟକ ଅନାମ ନାଏକ,ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶରତ ନାଏକ, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅଭିନାଶ ନନ୍ଦ ଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ