ଶ୍ରୀରାମ ନବମୀ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଲେ ଯୁବ ନେତା ନିଲ ମାଧବ ସିଂ ଦେଓ
କର୍ଲାମୁଣ୍ଡା, ୦୯/୪ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣୀ ଗ୍ରାମରେ ପବିତ୍ର ଶ୍ରୀରାମ ନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ଅବସରରେ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ମଦନପୁର ରାମପୁର ରାଜପରିବାର ତଥା ଯୁବନେତା ନିଲ ମାଧବ ସିଂ ଦେଓ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ସଂକଳ୍ପ ଧିନ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କଳା ଙ୍କୁ ପ୍ରଶଂସା କରିଥିଲେ। ଏଥିରେ ଶ୍ରୀ ଶ୍ରୀରାମଜୀ କମିଟି ସଭାପତି ବିଦେଶି ଘିଭେଲା, ଉପସଭାପତି ସୁମନ୍ତ ମାଝୀ, ସଂପାଦକ ସୁରେଶ ଚନ୍ଦ୍ର ଘିଭେଲା ଏବଂ ମଞ୍ଚ ପରିଚାଳନା କରିଥିଲେ ସୁମନ୍ତ ମାଝୀ ଓ ଚରଣ ବାଗ ପ୍ରମୁଖ ସହଯୋଗ କରିଥିଲେ। ସମ୍ମାନୀତ ଅତିଥି ଭାବେ ଖବର ଦାତା ସୁଶାନ୍ତ ମଲ୍ଲିକ, ଅମିୟ ଶତପଥୀ, ସମାଜସେବୀ ପିଣ୍ଟୁ ରଣା ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ସତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ୧୦ ତାରିଖରୁ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।