ରେଙ୍ଗାଳବେଢାରେ ନବ ନିର୍ମିତ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ
ଲଇକେରା, ୦୩/୦୪ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା ଅଧିନସ୍ଥ ରେଙ୍ଗାଲବେଢା ଦେହେରୀ ଡୁଙ୍ଗୁରୀ ଠାରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହେବ ।ଏହି ପବିତ୍ର ଉତ୍ସବ ତା:୪.୪.୨୦୨୬ ଶନିବାର ଦିନ ଠାରୁ ତାରିଖ ୬.୪.୨୦୨୬ ମସିହା ସୋମବାର ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ବିଶେଷ ଭାବରେ ପଞ୍ଚକୁଣ୍ଡିୟ ଯଜ୍ଞ ମଣ୍ଡପରେ କାର୍ଯ୍ୟ ସମ୍ପନ୍ନ ହେବ ଯାହା ଶିବଙ୍କ ମନ୍ତ୍ରରେ ଗଞ୍ଜୁରିତ ହେବ ।ଏହି ଅବସର ରେ ଶନିବାର ଦିନ କଳସ ଯାତ୍ରା, ଅପରାହ୍ନ ଘ.୩ଟା ରୁ ଘ.୭.୩୦ ମିନିଟ୍ ମଧ୍ୟେ ବିଗ୍ରହମାନଙ୍କୁ ଧାନ୍ୟାଧିବାସ,ରବିବାର ଦିନ ମଣ୍ଡପ ପୂଜନ,ଦେବତା ପ୍ରାଣ ପ୍ରତିଷ୍ଠା, ହୋମ ଆରତୀ ଓ ପୁଷ୍ପାଞ୍ଜଳୀ, ସୋମବାର ଦିନ ଶିଖର କଳସ ସ୍ଥାପନ,ପାର୍ଶ୍ୱଦେବତା ସ୍ଥାପନ, ବେଢା ପରିକ୍ରମା,ପୂର୍ଣ୍ଣାହୁତି ଓ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ତା:୫.୪.୨୦୨୬ ସୋମବାର ରାତ୍ର ୮ ଘଟିକାରେ କିର୍ତ୍ତନ ଧାରା ଅଞ୍ଜନା ଦେହେରୀ ଓ ଲିପ୍ସା ଦାସ ଗ୍ରୁପ୍ ଏବଂ ତା:୬.୪.୨୦୨୬ ମଙ୍ଗଳବାର ସକାଳ ଘ. ୯.୩୦ ମିନିଟ୍ ରେ କିର୍ତ୍ତନ ଧାରା ନିକିତା ସାହୁ ଓ ସୁନିତା ସାହୁ ଗ୍ରୁପ୍ ରହିଛି ବୋଲି ପ୍ରତିଷ୍ଠା କମିଟି ରେଙ୍ଗାଳବେଢା ଙ୍କ ପକ୍ଷରୁ ସୂଚନା ମିଳିଛି ।
ଝାରସୁଗୁଡା ଜିଲ୍ଲା ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ନବଦୂତ ନ୍ୟୁଜ୍