Hot Posts

6/recent/ticker-posts

ଭଞ୍ଜନଗର ଉପଖଣ୍ଡ ଅଞ୍ଚଳରେ ମାଳ ମାଳ ବେଆଇନ ଇଟାଭାଟି, ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା

ଭଞ୍ଜନଗର, ୩/୪ ( ଗୋବିନ୍ଦ ତ୍ରିପାଠୀ ) : ଜଳୁଛି ଇଟାଭାଟି, ବଢ଼ୁଛି ଉତ୍ତାପ,ପରିବେଶ ସୁରକ୍ଷା ଆଇନ ଓ ଜଳବାୟୁ ପ୍ରଦୂଷଣ ନିରାକରଣ ଆଇନକୁ ଭଞ୍ଜନଗର ଉପଖଣ୍ଡ ଅଞ୍ଚଳରେ ଖୋଲା ଖୋଲି ଉଲଂଘନ, ମାଳ ମାଳ ବେଆଇନ ଇଟାଭାଟି ଯୋଗୁଁ ବଢ଼ୁଛି ପରିବେଶ ପ୍ରଦୂଷଣ,କମୁଛି ଚାଷ ଜମିର ଉର୍ବରତା, ସବୁ ଦେଖୁ ନୀରବଦ୍ରଷ୍ଟା ସାଜିଛି ସ୍ଥାନୀୟ ପ୍ରଶାସନ ବା ରାଜସ୍ବ ନୀରିକ୍ଷକ ଓ ତହସିଲଦାର,ପୋଡା ଇଟାଭାଟି ରୁ ବାହାରୁଥିବା ପରିବେଶ ପ୍ରଦୂଷଣ ହେଉଥିବାରୁ ଜାତୀୟ ସବୁଜ ପ୍ରାଧିକରଣ ନିୟମ ଏହା ଉପରେ ର ରୋକ ଲଗାଇଛି, କିନ୍ତୁ ଭଞ୍ଜନଗର ଉପଖଣ୍ଡ ଅଞ୍ଚଳରେ ବେଆଇନ ମାଳ ମାଳ ଇଟାଭାଟି ପୋଡା ଯାଉ ଉଥିଲେ ମଧ୍ୟ ମୃତ୍ତିକା ସଂରକ୍ଷଣ ବିଭାଗ କି ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ, ଯାହାଫଳରେ ଇଟା ମାଫିଆ ମାନେ ସକ୍ରିୟ ହୋଇ ଗଛ କାଟି ଇଟା ପୋଡ଼ୁ ଛନ୍ତି, ସରକାରଙ୍କ ବିନା ଅନୁମତିରେ ତାଳ ଗଛ କାଟିବା ବେଆଇନ ଘୋଷଣ କରାଯାଇଥିଲେ ସୁଦ୍ଧା ତାଳଗଛ ଗଛ ସହିତ ଅନେକ ବଡ଼ ବଡ଼ ଗଛ କାଟୁଛନ୍ତି ଇଟା ମାଫିଆ, ଯାହାଫଳରେ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି, ଭଞ୍ଜନଗର ଉପଖଣ୍ଡ ଅଞ୍ଚଳରେ ଅନେକ ଗାଁ ରେ ଗଢା ହୋଇଛି ମାଳ ମାଳ ଇଟାଭାଟି, ସୂଚନା ପ୍ରକାରେ ଏହି ବ୍ୟବସାୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଇଟା ମାଫିଆ ମାନେ କହୁଛନ୍ତି ଆମ ପାଖରେ ରାଜସ୍ୱ ବିଭାଗ ର ରସିଦ ଅଛି ଆମର କେହି ବି କିଛି କରିପାରିବେନି ବୋଳି ଖୁଲମ୍ ଖୋଲା କହି ବୁଲୁଛନ୍ତି, ଏଠି ସାଧାରଣରେ ପ୍ରଶ୍ନ ଉଠିଛି ଏମାନଙ୍କୁ କିଏ ଦେଉଚି ସାହସ, ନେଇ ସ୍ଥାନୀୟ ତହସିଲଦାର, ରାଜସ୍ବ ନୀରିକ୍ଷକ, ଦେଉନାହାନ୍ତି ତ ଅନୁମତି ? ନା ମୋଟ। ଅଙ୍କର ଟଙ୍କା ଏହା ସ୍ଥାନୀୟ ପ୍ରଶାସନ ଓ ଇଟା ମାଫିଆ ଙ୍କ ମଧୁଚନ୍ଦ୍ରିକ ନୁହେଁ ତ ନା’ ଆଉ କଣ କହିବା ଝିବା ? ଏହି ଇଟା ମାଫିଆ ଙ୍କ ଉପରେ କେବେ ଲାଗିବ ଲଗାମ, ଆଗାମୀ ଦିନରେ ଏହି ଅଞ୍ଚଳରେ ଇଟାଭାଟି ବନ୍ଦ ନହେଲେ ପରିବେଶ ପ୍ରଦୂଷଣ ବଢିବା ସହିତ ଚାଷ ଜମି ର ଉର୍ବରତା କମିବ ବୋଲି ପରିବେଶବିତ୍ତ ମାନେ ମତ ପ୍ରକାଶ କରିଛନ୍ତି ।