ଆଦିବାସୀ ସଂସ୍କୃତି ଭବନ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଗଣଶିକ୍ଷା ମନ୍ତ୍ରୀ।
ଝରିଗାଁ, ୧୩ / ୪ (ନକୁଲ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗସ୍ତ କରି ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଝରିଗାଁ - ଡ଼ାବୁଗାଁ ମୁଖ୍ୟ ରାସ୍ତା ସଦର ମହକୁମା ସ୍ଥିତ ପ୍ରଥମ ବିଚାରପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ସଂସ୍କୃତି ଭବନର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିବା ସ୍ଥଳେ ବରେଣ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ,ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ବାସନ୍ତୀ ମାଝୀ,ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା ,ଜିଲ୍ଲା ସମିତି ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ମାଝୀ ବିଜେପି ରାଜ୍ୟ ଉପ ସଭାପତି ରମେଶ ଚନ୍ଦ୍ର ସାହୁ ସମେତ ବ୍ଲକର ୯ ଜନଜାତି ସମ୍ପ୍ରଦାୟ ମୁଖିଆ ଏହି ଭିତ୍ତି ପ୍ରସ୍ତର ସମାରୋହରେ ଉପସ୍ଥିତ ଥିଲେ। ଆଦିବାସୀ ଜନଜାତି ସୁରକ୍ଷା ମଞ୍ଚ ଜିଲ୍ଲା ସଭାପତି ଘନ ମାଝୀ ଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ଝରିଗାଁ ହନୁମାନ ବାଟିକା ଠାରୁ ବାଦ୍ୟ ନୃତ୍ୟ ସହ ଶିଳାନ୍ୟାସ ସ୍ଥାନକୁ ଏକ ବିଶାଳ ବାଇକ୍ ରେଲି କରି ଭବ୍ୟ ସ୍ଵାଗତ ସହ ପାଛୋଟି ଆଣି ମଞ୍ଚାସିନ କରାଇଥିଲେ। ୫୦ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଏକ ଭବ୍ୟ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ନେଇ ଭିତ୍ତି ପ୍ରସ୍ତର ମାନ୍ୟବର ମନ୍ତ୍ରୀ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଭବନ ପ୍ରତିଷ୍ଠା କରିବାକୁ ଦେଇଥିବା ଆର୍ଥିକ ସହାୟତା ଦେଇଥିବାରୁ ଏନ୍ ଡି ଏ ସରକାରଙ୍କୁ ନିଜ ଅଭିଭାଷଣ ପ୍ରଦାନ ସହ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ୯ ଗୋଟି ଜନଜାତି ସମ୍ପ୍ରଦାୟ ର ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ। ଅନ୍ୟ ପ୍ରମୁଖ ମଧ୍ୟରେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଝରିଗାଁ ବିଧାୟକ ପ୍ରତିନିଧି ଗଣପତି ସାହୁ,ପୂର୍ବତନ ସରପଞ୍ଚ ମହେଶ୍ୱର ଭତରା, ଝରିଗାଁ ସରପଂଚ ଯୋଗେଶ୍ୱର ପୂଜାରୀ ,ଯୁବ ସମାଜସେବୀ ଗିରି ପାଣ୍ଡେ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ବୁଦ୍ଧିଜୀବି ଅଂଶ ଗ୍ରହଣ କରିଥିଲେ। ଅଞ୍ଚଳରେ ରହିଥିବା ଜନଜାତି ନିମନ୍ତେ ସରକାରଙ୍କ ଏହି ଆର୍ଥିକ ଅନୁଦାନ ପାଇଁ ଜନଜାତି ସମ୍ପ୍ରଦାୟ କୃତଜ୍ଞାତ ଜ୍ଞାପନ କରିବା ସହ ଖୁସି ପ୍ରକଟ କରିଥିଲେ।