Hot Posts

6/recent/ticker-posts

କନ୍ଧମାଳ ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଉମା ଚରଣ ମଲ୍ଲିକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଫୁଲବାଣୀ, ୪/୪ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକଙ୍କୁ ରାଜ୍ୟ ସରକାର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିବା ପରେ ଜିଲ୍ଲା ଜୁଡ଼ି ଆନନ୍ଦର ଲହରୀ ଦେଖାଯାଇଛି। ଏହି ଅବସରରେ ଶୁକ୍ରବାର ଅପରାହ୍ନରେ ଫୁଲବାଣୀର ଗାନ୍ଧୀ ସ୍ମୃତି ଭବନ ଠାରେ ଶତାଧିକ କର୍ମୀ ଓ ସମର୍ଥକଙ୍କ ଉପସ୍ଥିତିରେ ଭବ୍ୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା।ସୂଚନାନୁସାରେ, ଭୁବନେଶ୍ୱରରୁ ଫୁଲବାଣୀକୁ ପ୍ରତ୍ୟାବର୍ତ୍ତନ ସମୟରେ ଖଜୁରୀପଡ଼ାରେ ମଲ୍ଲିକଙ୍କୁ ଅତ୍ୟନ୍ତ ଆଡ଼ମ୍ବର ସହ ସ୍ୱାଗତ କରାଯାଇଥିଲା। ଖଜୁରୀପଡ଼ା ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର ଓ ବଲସକୁମ୍ପା ମଣ୍ଡଳ ସଭାପତି ଶ୍ରୀନିବାସ ପ୍ରଧାନଙ୍କ ନେତୃତ୍ୱରେ ଷ୍ଟେଟ ବ୍ୟାଙ୍କ ଛକରେ ଫୁଲମାଳା ଓ ଉତ୍ତରୀୟ ପିନ୍ଧାଇ ସମ୍ବର୍ଦ୍ଧନା ଜଣାଯାଇଥିଲା। ବାଜା ଓ ବାଣର ଧ୍ୱନି ମଧ୍ୟରେ ବଜାର ଛକ ପର୍ଯ୍ୟନ୍ତ ପଦଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା।ଏହି ଅବସରରେ ଜିଲ୍ଲା ଉପସଭାପତି ମନୋଜ କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟା ଉର୍ବଶୀ ଦିଗାଲ, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ସାଧାରଣ ସମ୍ପାଦକ ଦଶରଥ ସାହୁ, କେଦାର ଗୌରୀ ସାହୁ, ରାଜେନ୍ଦ୍ର ବେହେରା, ଦେବାଶିଷ ସାହାଣୀ, ଭଗବାନ ଗୁରୁ, ସମିର ପ୍ରସାଦ ଝାଙ୍କର, ସୁଜିତ କୁମାର ମଲିକ,ଗୋଲକ ମଲ୍ଲିକ ସହ ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ।ପରେ ଖଜୁରୀପଡ଼ାରୁ ଫୁଲବାଣୀ ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍ ରାଲି ଆୟୋଜିତ ହୋଇଥିଲା, ଯାହାରେ ଶତାଧିକ କର୍ମୀ ସାମିଲ ହୋଇଥିଲେ। ଫୁଲବାଣୀ ପହଞ୍ଚିବା ପରେ ଗାନ୍ଧୀ ସ୍ମୃତି ଭବନରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ମଲ୍ଲିକଙ୍କୁ ପୁଷ୍ପଗୁଛ ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି, ନେତା ପରେଶ ମହାପାତ୍ର, ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ, ଅଜିତ ପଟ୍ଟନାୟକ, ରମେଶ ମହାନ୍ତି, ସଞିତ ମଣ୍ଡଳ, ମାନଗୋବିନ୍ଦ ପ୍ରଧାନ,ଯୁବମୋର୍ଚ୍ଚା ନେତା ମୁକ୍ତିକାନ୍ତ ମହାନ୍ତି, ଦିବ୍ୟ ରଞ୍ଜନ ଡାକୁଆ, ଦେବାଶିଷ ପ୍ରିୟଦର୍ଶିନୀ ସାହୁ,ନେତ୍ରମାନ ସେଠ ଓ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଯୋଗଦେଇ ନବନିଯୁକ୍ତ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ।