Hot Posts

6/recent/ticker-posts

ଖରିଆର ରୋଡ୍‌ରେ ହୋଟେଲ୍‌ ଉପରେ ଚଢ଼ାଉ: ୪ଟା ଘରୋଇ ଗ୍ୟାସ ସିଲିଣ୍ଡର ଜବତ

ନୂଆପଡା, ୧୦/୦୪ ( ବନ ବିହାରୀ ମେହେର ) : ନୂଆପଡା ଜିଲ୍ଲାର ଖରିଆର ରୋଡ୍‌ ଥିବା ପାଳ ହୋଟେଲ୍‌ ରେ ଘରୋଇ ଏଲପିଜି ସିଲିଣ୍ଡରକୁ ବାଣିଜ୍ୟିକ କାମରେ ଅବୈଧ ଭାବରେ ବ୍ୟବହାର କରୁଥିବା ଖବର ଉପରେ ଯୋଗାଣ ବିଭାଗର ଇନଫୋର୍ସମେଣ୍ଟ ଟିମ୍‌ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ହୋଟେଲ୍‌ ଠାରୁ ମୋଟ ୪ଟା ଘରୋଇ ଏଲପିଜି ସିଲିଣ୍ଡର ଜବତ କରାଯାଇଥିଲା। ଏହି ଅଭିଯାନରେ ନୂଆପଡା ଏସିଏସଓ (ହେଡକ୍ୱାର୍ଟର) ଶ୍ରୀମତୀ ପୂର୍ଣ୍ଣାଶା ଭୋଇ, ସଦର ଏସିଏସଓ ହୃଷିକେଶ ନାଏକ ଓ ବ୍ଲକ୍‌ ଯୋଗାଣ ନିରୀକ୍ଷକ ଶ୍ରୀମତୀ ସୁଭଶ୍ରୀ ଦାସ ଯୋଗ ଦେଇ ଯାଞ୍ଚ କରିଥିଲେ। ତଦନ୍ତ ବେଳେ ହୋଟେଲ୍‌ ମାଲିକ ଘରୋଇ ସିଲିଣ୍ଡରକୁ ବାଣିଜ୍ୟିକ କାମରେ ବ୍ୟବହାର କରୁଥିବା ସ୍ପଷ୍ଟ ହେଇଥିଲା। ନିୟମ ଉଲଂଘନ ହେଇଥିବାରୁ ସେସବୁ ସିଲିଣ୍ଡରକୁ ଜବତ କରାଯାଇଛି ଓ ମାମଲାର ତଦନ୍ତ ଚାଲୁଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଏପରି ଅବୈଧ କାମ ବନ୍ଦ କରିବା ପାଇଁ ଆଗକୁ ଆଉ ଅଧିକ ଚଢ଼ାଉ ହେବ। ସମସ୍ତ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ନିୟମ ମାନି କେବଳ ବାଣିଜ୍ୟିକ ସିଲିଣ୍ଡର ବ୍ୟବହାର କରିବାକୁ କୁହାଯାଇଛି।