Hot Posts

6/recent/ticker-posts

ପିଏମଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ |

ଝରିଗାଁ, ୧୧/୦୪ (ନକୁଲ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଂଚାୟତ ସଦର ମହକୁମା ସ୍ଥିତ ପିଏମଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବେସ ଧୁମଧାମରେ ପାଳିତ ହୋଇଯାଇଛି |ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତ ବିଶ୍ୱାସଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଳକା ରବୀନ୍ଦ୍ର ଯୋଗ ଦେଇଥିଲେ |ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ଗଣପତି ସାହୁ,ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚର ଉପ ସଭାପତି ପଦ୍ମନ ସାନ୍ତା,ମଣ୍ଡଳ ସଭାପତି ସୁକାଳୁ ଗଣ୍ଡ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଇବାରୁ ଭତରା ପ୍ରମୁଖ ମଂଚାସୀନ ରହିଥିଲେ |ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ବରେଣ୍ୟ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇବା ସହ ମଞ୍ଚକୁ ପାଛୋଟି ନେଇ ମଞ୍ଚରେ ଅଳଙ୍କୃତ କରିଥିଲେ |ପରେ ସମସ୍ତେ ମଞ୍ଚରେ ସ୍ଥାପିତ ଗଜାନନଙ୍କ ବିଗ୍ରହର ପୂଜାର୍ଚନା ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ |ବିଧାୟକ ଶ୍ରୀ ଭତରା ବାର୍ଷିକ ଉତ୍ସବ ଉପରେ ନିଜ ଅବିଭାଷଣ ରଖିବାକୁ ଯାଇ ମଣିଷ ଜୀବନରେ ଶିକ୍ଷାର କେତେ ଗୁରୁତ୍ୱ ରହିଛି ତାହା ପ୍ରାଞ୍ଜଳ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ବୁଝେଇବା ସହିତ ଶିକ୍ଷା ବିଭାଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯାହା ସବୁ ଯୋଜନା କରିଛନ୍ତି ସେ ସମ୍ପର୍କରେ ବୁଝେଇଥିଲେ ଏବଂ ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଦିନ ବିଦ୍ୟାଳୟ କୁ ଆସିବା ଓ ମନ ଲଗେଇ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ |ପରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ହସ୍ତରୁ ମାନପତ୍ର ପ୍ରଦାନ କରାଯାଇଥିଲା |ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା |ବିଦ୍ୟାଳୟ ସହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ |