ଆଦିବାସୀ ସଂସ୍କୃତିକ ଭବନ ଭିତ୍ତି ପ୍ରସ୍ତର ସ୍ଥାପନ ନିମନ୍ତେ ପ୍ରସ୍ତୁତି ବୈଠକ |
ଝରିଗାଁ, ୧୧/୦୪ (ନକୁଲ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ପ୍ରଥମ ବିଚାରପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା 13ତାରିଖ ଦିନ ଆଦିବାସୀ ସଂସ୍କୃତିକ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ ହେବାକୁ ଥିବା ବେଳେ ଆଜି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ବରିଷ୍ଠ କର୍ମକର୍ତା, ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଅନୁଷ୍ଠିତ ଉକ୍ତ ବୈଠକରେ ଝରିଗାଁ ଏମପି ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଜିଲ୍ଲା ଜନଜାତି କାର୍ଯ୍ୟକାରି ସଭାପତି ଘନ ମାଝୀ, ସୁକାଳୁ ଗଣ୍ଡ, ଖଗପତି ଭତରା, ଶୁକଚନ୍ଦ ମାଝୀ, ପଦ୍ମନ ସIନ୍ତା, ମହେଶ୍ୱର ଭତରା, ପୁରୁସ୍ତମ ଗଣ୍ଡ, ଦଶରଥ ସାନ୍ତା, ଲଛମନ ଉଲକାଙ୍କ ସମେତ ଆଦିବାସୀ ସମ୍ପ୍ରଦାୟର ଶତାଧିକ କର୍ମକର୍ତା,ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ଭିତ୍ତି ପ୍ରସ୍ତର ସ୍ଥାପନକୁ ନେଇ ପୂର୍ବ ପ୍ରସ୍ତୁତି କରିଥିଲେ |ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,ମାନ୍ୟବର ଝରିଗାଁ ବିଧାୟକ ନରସିଂହ ଭତରା,ନବରଙ୍ଗପୁର ବିଧାୟକ ଯୋଜନା ବୋର୍ଡର ଅଧକ୍ଷ ଗୌରୀଶଙ୍କର ମାଝୀ,ସତନ୍ତ୍ର ଉନୟନ ଅଧକ୍ଷI ଶ୍ରୀମତି ବାସନ୍ତୀ ମାଝୀ, ଉପାଧକ୍ଷ ଲିଙ୍ଗରାଜ ଭତ୍ରାଙ୍କ ସହ ଜିଲ୍ଲାର ଆଦିବାସୀ ସମାଜ ମୁଖ୍ୟ କର୍ଥl ବ୍ଲକର ଆଦିବାସୀ ନେତୃ ବୃନ୍ଦ ସହ ଯୋଗ ଦେବାର ସୂଚନା ରହିଛି |