Hot Posts

6/recent/ticker-posts

ନାବାର୍ଡ (NABARD) କଳାହାଣ୍ଡି ପକ୍ଷରୁ ଅନ୍ତଜାତୀୟ ମହିଳା ଦିବସ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଂ ର ସଭାଗୃହରେ ପାଳିତ ହୋଇଯାଇଛି ।

କଳାହାଣ୍ଡି, ୧୧/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ଏହି ଅବସରରେ ନାରୀ ସଶକ୍ତିକରଣ ଉପରେ ଆଲୋଚନା କରାଯାଇଥିଲା । ଆଲୋଚନାରେ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି, ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ବେହେରା, କାର୍ଯ୍ୟନିର୍ବାହୀ ଅଧୁକାରୀ, ବନଲତା ଧଳ, ମାଁ ମାଣିକେଶ୍ଵରୀ ବିଶ୍ୱ ବିଦ୍ୟାଳୟ, କଳାହାଣ୍ଡିର ଉପ-କୁଳପତି, ଡଃ ନିବେଦିତା ନାଥ ଓ ପ୍ରଫେସର ପଲ୍ଲିଶ୍ରୀ ପଟ୍ଟନାୟକ, ଶ୍ରୀମତୀ ମନିଷା ସାହୁ, ନିର୍ଦ୍ଦେଶିକା, ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ନିଃ, ଶ୍ରୀମତୀ ଅଳ୍ପନା ପଟ୍ଟନାଏକ, ପ୍ରିନସିପାଲ, ହାଇଟେକ ପବ୍ଲିକ ସ୍କୁଲ, ହିମାଦ୍ରି ନାଏକ, ଚେୟାରମ୍ୟାନ ଜୁନାଗଡ NAC, ବିଜୟ ଲକ୍ଷ୍ମୀ ସାମନ୍ତରାୟ, ଅବସରପ୍ରାପ୍ତ ପ୍ରିନସିପାଲ, ଶ୍ରୀ ସତ୍ୟ ସାଇଁ ବିଦ୍ୟାମନ୍ଦିର, ଭବାନୀପାଟଣା ପ୍ରମୁଖ ଯୋଗ ଦେଇ ନାରୀମାନେ କିପରି ସଶକ୍ତ, ସ୍ୱାବଲମ୍ବୀ ଓ ଆର୍ମ ନିର୍ଭରଶୀଳ ହୋଇ ପାରିବେ ସେ ଉପରେ ଆଲୋଚନା କରିଥିଲେ । ଆଲୋଚନା ଚକ୍ରକୁ DDM, NABARD ପରିଚାଲନା କରିଥିଲେ । ଶ୍ରୀ ଗିରୀଶ ଚନ୍ଦ୍ର ବେହେରା, ସଭାପତି, ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଂ ସମସ୍ତ ଅତିଥି ମାନଙ୍କୁ ସମ୍ମାନିତ କରିବା ସହ ମହିଳା ଦିବସର ମୂଲ୍ୟବୋଧ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ, ସମାଜ ସେବୀ, ଶିକ୍ଷାବିତ, ଉଦ୍ୟୋଗୀ ଓ ଅନ୍ୟ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା ମାନେ ଯୋଗ ଦେଇ ଅତିଥୁମାନଙ୍କ ସ‌ହ ନିଜର ଭାବ ବିନିମୟ କରି ଥିଲେ । ଶେଷରେ ମହିଳା ଦିବସ ଉପଲକ୍ଷେ ନିମ୍ନଲିଖିତ ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ଉପହାର ଦେଇ ସମ୍ମାନିତ କରାଯାଇଥିଲା ।

୧. ଶ୍ରୀମତୀ ରାମବତୀ ଦଣ୍ଡସେନା, କାଦୋପଦର, ଭବାନୀପାଟଣା, କଳାହାଣ୍ଡି

୨. ଶ୍ରୀମତୀ ଜୁଲି ଯୋଷୀ, ତିଲଯୋଡି, ଭବାନୀପାଟଣା, କଳାହାଣ୍ଡି

୩. ଶ୍ରୀମତୀ କ୍ଷୀର ମଣି କୁମାର, କେସିଙ୍ଗା, କଳାହାଣ୍ଡି

୪. ଶ୍ରୀମତୀ କୌଶଲ୍ୟା ମାଝୀ, ପୟରମାଲ, ଭବାନୀପାଟଣା, କଳାହାଣ୍ଡି

୫. ଶ୍ରୀମତୀ ଗୋମତୀ ଦଣ୍ଡସେନା, କୁନ୍ଦେଲ ଗୁଡା, ଭବାନୀପାଟଣା, କଳାହାଣ୍ଡି

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ