Hot Posts

6/recent/ticker-posts

କୋରାପୁଟ ପୂର୍ବତନ ଖେଳାଳୀ ମାନଙ୍କ ବନ୍ଧୁ ମିଳନ।

ଜୟପୁର, ୧୧/୦୩ ( ଏ. ଭେଙ୍କଟ ରାଓ ) : କୋରାପୁଟ ଜିଲ୍ଲା ର ପୂର୍ବତନ ଖେଳାଳୀ ମାନଙ୍କ ବନ୍ଧୁ ମିଳନ ସହ ବଣ ଭୋଜି ର ଆୟୋଜନ କରଯାଇଥିଲା । ଟାଙ୍କୁଆ ପଂଚାୟତ ସ୍ଥିତ ଏକ ଆମ୍ବ ବଗିଚା ରେ ୧୯୮୦ ରୁ କୋରାପୁଟ ଜିଲ୍ଲା ପାଇଁ ବିଭିନ୍ନ ଖେଳ ରେ ଭାଗ ନେଉ ଥିବା ଖେଳାଳୀ ବିଶେଷ କରି ଏଥଲେଟିକ ଇଭେଣ୍ଟ ରେ କୋରାପୁଟ ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ଆଣି ଦେଇ ପୂବା ପୂର୍ବତନ ଖେଳାଳୀ ମାନେ ଏକତ୍ରିତ ହୋଇ ବର୍ତମାନ ସମୟର କୋରାପୁଟ ଜିଲ୍ଲାରେ କ୍ରୀଡାର ଭବିଷ୍ୟତ ବିଷୟରେ ଆଲୋକ ପାତ କରି ଥିଲେ ।ବର୍ତମାନ ଖେଳାଳି ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପର ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ କରିଥିଲେ ।ଆଗାମୀ ଦିନରେ ନୂତନ କ୍ରୀଡାବିତ ସୃଷ୍ଟି କରିବା ତଥା କ୍ରୀଡା ଉପକରଣ ଯୋଗାଇଦେବା ପୂର୍ବ ଗୌରବ କୁ ଫେରାଇ ଆଣିବା ପାଇଁ ନିରଞ୍ଜନ ପାଣିଗ୍ରାହୀ ସମସ୍ତଙ୍କୁ ଅନୁରୋଧ କରିଥିଲେ । ରବି ନାୟକ ଖେଳାଳୀ ମାନଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ପ୍ରଶାସନକୁ ଜଣାଇ ଦିଆଜିବ ବୋଲି କହିଥିଲେ । ବିଜୟ କୁମାର ରାଇ ଜେନାଦେଓ ନୂତନ ଖେଳାଳୀ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଘୋଷଣା କରି ଥିଲେ ଯେ କୋରାପୁଟ ଜିଲ୍ଲା ପାଇଁ ଯେଉଁମାନେ ସର୍ବୋତମ ଖେଳ ପ୍ରଦର୍ଶନ କରିବେ ସେମାନଙ୍କୁ ସମ୍ମାନୀତ କରାଯିବ । ଏହି ବନ୍ଧୁ ମିଳନରେ ଭଗବାନ ବେହେରା ରାଇଫଲ ସୁଟିଙ୍ଗ କୋଚ, ପ୍ରସନ ପାଣିଗ୍ରାହୀ ତରଙ୍ଗଲତା ଷଡଙ୍ଗୀ, ଏ ରାଜେଶ୍ବରୀ, ଜି ସତ୍ୟନାରାୟଣ (କଟି) ଚିତରଞ୍ଜନ ପାତ୍ର, ପ୍ରକାଶ ନାୟକ କାଳୀ ପଟନାୟକ, ରିନା ପଟନାୟକ, ଏ ମାଙ୍ଗମା, ରମେଶ ନାୟକ, ଜେସ୍ମିନ, ଶାନ୍ତି, ଛବି, ମମତା, ମନାଲିସା, ସସ୍ମିତା, ଜୟନ୍ତ ଅମିତାବ, ମିନା ଦାସ ଏବଂ ଅନେକ କ୍ରୀଡା ବିତ ଭାଗ ନେଇ ନାଚ ଗୀତ ଡ଼ାଇଲୋଗ ଡେଲିଭେରୀ, ଭଳି କାର୍ଯ୍ୟ କ୍ରମରେ ଭାଗ ନେଇଥିଲେ ।ଆଗାମୀ ଦିନ ରେ ଅନ୍ୟାନ୍ୟ କ୍ରୀଡାବିତ ଓ ଖେଳାଳୀ ମାନଙ୍କୁ ସାମିଲ କରି କୋରାପୁଟ ମାଟିର ଗର୍ବ କୁ ଅକ୍ଷୁର୍ଣ ରଖୁବା ପାଇଁ ସଂକଳ୍ପ କରି ଥିଲେ। ଶେଷ ରେ ଜି ସତ୍ୟନାରାୟଣ ଧନ୍ୟ ବାଦ ଦେଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।