Hot Posts

6/recent/ticker-posts

ଟ୍ରକକୁ ଧକ୍କା ଦେଲା କାର୍,ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

କଳାହାଣ୍ଡି, ୨୦/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅଧୀନ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ସକାଳେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଅବସରପ୍ରାପ୍ତ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଧିକାରୀ (SDMO) ଡାକ୍ତର ହରିଶ୍ଚନ୍ଦ୍ର ପ୍ରଧାନ (୮୦)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜିଲ୍ଲାରେ ଶୋକର ଛାୟା ପ୍ରସାରିତ କରିଛି। ସୂଚନା ଅନୁଯାୟୀ,ଡାକ୍ତର ପଧାନ ଭବାନୀପାଟଣାରୁ ଗାଡ଼ିରେ ଧର୍ମଗଡ଼କୁ ଯାଉଥିବା ସମୟରେ ଜାତୀୟ ରାଜପଥ-୨୬ ଉପରେ ବଳଦିଆମାଲ ପେଟ୍ରୋଲ ପମ୍ପ ସମ୍ମୁଖରେ ରାସ୍ତା ପାଖରେ ଅଟକି ରହିଥିବା ଏକ ଟ୍ରକ ସହିତ ତାଙ୍କର ଗାଡ଼ି ଭୟଙ୍କର ଧକ୍କା ଖାଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ,ଘଟଣାସ୍ଥଳରେ ଡାକ୍ତର ପ୍ରଧାନଙ୍କ ଜୀବନ ଚାଲି ଯାଇଥିଲା। ଘଟଣାରେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଥିବାବେଳେ,ତାଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡାକ୍ତର ପ୍ରଧାନଙ୍କ ଅକାଳ ମୃତ୍ୟୁରେ ଚିକିତ୍ସା ମଣ୍ଡଳୀ ସହ ଜିଲ୍ଲାର ବିଭିନ୍ନ ସ୍ତରରେ ଶୋକ ପ୍ରକାଶ ପାଉଛି।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ