କଳାହାଣ୍ଡି, ୦୮/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଲୁକ ଆଇନ ସେବା କମିଟି ଓ ଜେ.ଏମ୍.ଏଫ୍.ସି ଅଦାଲତ ପକ୍ଷରୁ ରବିବାର ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମାଜିଷ୍ଟ୍ରେଟ ଡ଼. ତାରିଣୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନାକ୍ଷୀ ସାମଲ,ଆଇନ ଯିବି ମନୋରଞ୍ଜନ ନାଏକ ଏମ୍.ଏମ୍.ପି.ଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ, ଜୟ କୃଷ୍ଣ ମେହେର ବ୍ୟାଙ୍କ ପରିଚାଳକ ଏସ ବି ଆଇ ଥୁଆମୂଳ ରାମପୁର ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିମାନେ ଆଜିର ସମାଜରେ ନାରୀଙ୍କ ସୁରକ୍ଷା, ନାରୀ ଅଧିକାର ଏବଂ ସମାଜ ଗଠନରେ ନାରୀଙ୍କ ପ୍ରମୁଖ ଭୂମିକା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ। ଏହି ସଭାରେ ଆବାସିକ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ରହି ନାରୀ ସୁରକ୍ଷା ଓ ଆଇନ ସମ୍ପର୍କିତ ଜ୍ଞାନ ଆହରଣ କରିଥିଲେ।ଏବଂ ବକୃତା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଥିଲେ ଏଥିରେ ପ୍ରଥମ ସ୍ଥାନ ଲଷ୍ମୀ ମାଝୀ, ଦ୍ୱିତୀୟ ବିନୟା ନାଏକ ସ୍ଵାତି ନାଏକ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ତାଲୁକ ଆଇନ ସେବା କମିଟି ଏବଂ ଜେ.ଏମ୍.ଏଫ୍.ସି କର୍ମଚାରି ପ୍ରହଲ୍ଲାଦ ସୁନାନୀ ଜିମି ବେହେରା, ପାର୍ଥ ପାତ୍ର ସମୂହ ଏହି କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ
