Hot Posts

6/recent/ticker-posts

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ସହୀଦ ଦିବସ ଅବସରରେ ସଫେଇ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା, ୨୩/୦୩ (ସୁଶାନ୍ତ ରଣା) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ସଂଘ ପକ୍ଷରୁ ସହୀଦ ହୋଇଥିବା  ତିନି ସ୍ୱାଧୀନତା ବିପ୍ଳବୀ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁ  ଙ୍କ ଉଦେଶ୍ୟରେ ଆଜି ଶାନ୍ତିବନ ପୋଖରୀ, ନଳକୂଅ ଓ ବଣଭୂଜି ପରିସର ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଅତିଥି ଭାବେ ହରଗୌରୀ ମହାବିଦ୍ୟାଳୟ କୁଶୁର୍ଲା ଶିକ୍ଷାବିଭାଗ ଅଧ୍ୟାପିକା ଶ୍ରୀ ଜ୍ୟୋତିମାଳ ରାଉତ, ମୁଡିଙ୍ଗ ଗ୍ରା.ପ ପୂର୍ବତନ ସରପଞ୍ଚ ଶ୍ରୀ ଟଙ୍କଧର ନାଏକ, ପ୍ରକୃତି ବନ୍ଧୁ ଶ୍ରୀ ସନତ କୁମାର ସାହୁ ଉପସ୍ଥିତ ରହିଥିବା ବେଳେ ଅନୁଷ୍ଠାନର ସଭ୍ୟା ନିବେଦିତା ପ୍ରିୟଦର୍ଶିନୀ ସାହୁ, ରେଖାଞ୍ଜଳି ସାହୁ, ଝିଲିରାଣୀ ସାହୁ, ରଶ୍ମିତା ସାହୁ, ସୁମିତ୍ରା ସାହୁ, ଲଳିତ ସାହୁ, ନୀଳକଣ୍ଠେଶ୍ଵର ସାହୁ, ଠାକୁର ସାହୁ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।