"ମୁନଲାଇଟ ଚାରିଟେବଲ ଟ୍ରଷ୍ଟ" ଧୋଡ୍ରା ପକ୍ଷରୁ ମେଧାବୀ ଛାତ୍ର ଅନ୍ବେଷଣ ପରୀକ୍ଷା
ଝରିଗାଁ, ୦୯/୦୩ ( ନକୁଳ ଭତ୍ରା ) : ମୁନଲାଇଟ ଚାରିଟେବଲ ଟ୍ରଷ୍ଟ" ଧୋଡ୍ରା, ନବରଙ୍ଗପୁର ଦ୍ୱାରା ପରିଚାଳିତ "ବିବି ଛାଟୋଇ ନର୍ସିଂ ମହାବିଦ୍ଯାଳୟ" ଏବଂ "ବିବି ଛାଟୋଇ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ" ର ମିଳିତ ଆନୁକୂଲ୍ଯରେ ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ମେଧାବି ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି Iଏହି ପରୀକ୍ଷାରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ୧ ହଜାରରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ନେଇ ମହାବିଦ୍ଯାଳୟ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି Iଏହି ମେଧାବୀ ଅନ୍ୱେଷଣ ପରୀକ୍ଷାରେ ବିଶେଷ କରି ଦଶମ ବୋର୍ଡ ପରୀକ୍ଷାରେ ଉତୀର୍ଣ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ I ଏହି ମେଧାବୀ ଅନ୍ୱେଷଣ ପରୀକ୍ଷା ନିମନ୍ତେ ସର୍ବ ନିମ୍ନ ଯୋଗ୍ଯତା ଦଶମ ଶ୍ରେଣୀରେ ଉତୀର୍ଣ କିମ୍ବା ଚଳିତ ଦଶମ ବୋର୍ଡ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ଶିକ୍ଷାନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଥିଲା I ମେଧାବୀ ଅନ୍ୱେଷଣ ପରୀକ୍ଷାରେ ସଫଳତା ଅର୍ଜନ କଲେ ଛାତ୍ରଛାତ୍ରୀ ମାନେ ଏହି ମହାବିଦ୍ଯାଳୟରେ ନର୍ସିଂ ଶିକ୍ଷା ତଥା +୨ କଳା ଓ ବିଜ୍ଞାନ ପାଠ୍ଯକ୍ରମରେ ନାମ ଲେଖାଇବାର ସୁଯୋଗ ପାଇପାରିବେ ବୋଲି କଲେଜର ଅଧ୍ଯକ୍ଷା ସୂଚନା ଦେଇଛନ୍ତି I 'ଜଣେବି ମେଧାବୀ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ନରହୁ' ଏହା ସ୍ୱର୍ଗତ ଭ୍ରମରବର ଛାଟୋଇ ଙ୍କ ସ୍ୱପ୍ନ ଥିଲା I ଏହି ସ୍ୱପ୍ନକୁ ପୁରଣ କରିବା ପାଇଁ ଏପରି ପରୀକ୍ଷା ଆୟୋଜନ କରାଯାଇଛି ବୋଲି ଟ୍ରଷ୍ଟ ସମ୍ପାଦକ ପ୍ରସାଦ କୁମାର ଛାଟୋଇ କହିଛନ୍ତି I ୨୦୨୫-୨୬ ଶିକ୍ଷାବର୍ଷ ରୁ "ଅର୍ଥ ଶିକ୍ଷା ପାଇଁ ପ୍ରତିବନ୍ଧକ ନୁହେଁ" ଓ "ଓଡ଼ିଶାର ଅଭିଭାବକଙ୍କ ଆର୍ଥିକ କ୍ଷମତା ଅନୁସାରେ ସମାନ ଶିକ୍ଷା ବ୍ୟବସ୍ଥା" ପଦ୍ଧତି ରେ ଆର୍ଥିକ ଅନଗ୍ରସର ଶ୍ରେଣୀ, ପିତାମାତା ହୀନ, ଶାରୀରିକ ଅସାମର୍ଥ୍ୟ, ବାପା ମା ଛେଉଁଣ୍ଡ ,ସ୍ବାମୀ ପରିତ୍ୟକ୍ତା, ଅସହାୟ ଓ ସମସ୍ତ ବର୍ଗର ଗରିବ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଚିହ୍ନଟ କରି ଶିକ୍ଷା ସହାୟତା ଓ ଅନୁକମ୍ପା ଭିତ୍ତିରେ ନୀତି ଶିକ୍ଷା, ଦକ୍ଷତା ବୃଦ୍ଧି ,ଆତ୍ମନିର୍ଭରଶୀଳ ଜ୍ଞାନ ଓ କୌଶଳ , ବି.ବି.ଛାଟୋଇ ସ୍କଲାର୍ଶିପ ସ୍କିମ୍ ଅନୁଯାୟୀ ଭାରତୀୟ ଗୁରୁକୁଳ ପରମ୍ପରାରେ ରାଷ୍ଟ୍ର ଗଠନ ର ଶିକ୍ଷା ପ୍ରଦାନ କରିବା ଏହିପରି ଶିକ୍ଷା କୈନ୍ଦ୍ରିକ ପରୀକ୍ଷା ଓ ଯୋଜନା ର ମୁଖ୍ଯ ଉଦ୍ଦେଶ୍ଯ ବୋଲି ସମ୍ପାଦକ ଶ୍ରୀ ଛାଟୋଇ କହିଛନ୍ତି I ଏହି ମେଧାବୀ ଅନ୍ୱେଷଣ ପରୀକ୍ଷା ର ଅବଧି ୧ ଘଣ୍ଟା ରହିଥିଲା Iଛାତ୍ର ଛାତ୍ରୀମାନେ ଚାପ ମୁକ୍ତ ହୋଇ ପରୀକ୍ଷା ଦେଇଥିବା ନେଇ ଉପସ୍ଥିତ ପିତାମାତାମାନେ ଆୟୋଜିତ ଅଭିଭାବକ ସମ୍ମିଳନୀରେ ନିଜ ଖୁସି ପ୍ରକଟ କରିଛନ୍ତି I ଏପରି ପରୀକ୍ଷା ଆୟୋଜନ ହୋଇ ସଫଳ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପାଠ ପଢିବାକୁ ସୁଯୋଗ ମିଳିଲେ ନବରଂଗପୁର ଜିଲ୍ଲା ରେ ଦଶମ ଶ୍ରେଣୀ ଉତ୍ତୀର୍ଣ ପରେ ବଢୁଥିବା ଡ୍ରପ ଆଉଟ ସଂଖ୍ଯା ରେ ନିଶ୍ଚୟ ରୋକ ଲାଗିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି I ମେଧାବୀ ଅନ୍ୱେଷଣ ପରୀକ୍ଷା କୁ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ସାହୁ, ଉଚ୍ଚ ବିଦ୍ୟାଳୟ ସମନ୍ୱୟକାରୀ ଶ୍ରୀମତୀ ଇସା ପାଢୀ, ପରିଚାଳନା ସମନ୍ୱୟକାରୀ ମିସ ଅନିଶା ମୁରଲି, ମୁନ ଲାଇଟ ଚାରିଟେବୁଲ ଟ୍ରଷ୍ଟ ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ମାନସ ମହାପାତ୍ର, ଅଧ୍ୟାପକ କୁମରେଶ ମଣ୍ଡଳ, ଅଧ୍ୟାପିକା ନିଶା ମଣି ପୁଞ୍ଜି ଏବଂ ପିତମ ଖଟୁଆ, ମାନସ ହିକ୍କକା, ଆବାହକ ମିସ ଯମୁନା ଭତ୍ରା, ପ୍ରଶାସନିକ ଅଧିକାରୀ ସୋଫିଆ ରାଣୀ ସୋଗୋରିଆ,ପ୍ରଶାନ୍ତ ନାୟକ,ପଦ୍ମିନୀ ମାଝୀ,ରୀନା ତନ୍ତୀ, ରାନୁ କୁମାରୀ ନାଗ, କ୍ରିଷ୍ଣା କୁମାରୀ ନାୟକ ଓ ଅନ୍ୟାନ କର୍ମକର୍ତା ପ୍ରମୁଖ ପରିଚାଳନା କରିଥିଲେ I ବି ବି ଛାଟୋଇ ସ୍କୁଲ ଏବଂ କଲେଜ ଅଫ ନର୍ସିଂ ଅଧ୍ୟକ୍ଷା ସୁଶ୍ରୀ ମମତା କୁମାରୀ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ଅବିଭାବକ ଙ୍କୁ ଉଦବୋଧନା ଦେଇଥିଲେ ।