Hot Posts

6/recent/ticker-posts

ବ୍ଲକ୍ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ।

ଝରିଗାଁ, ୦୯/୦୩ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର ଆଜି ଝରିଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱIଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା। ଏଥିରେ ଝରିଗାଁ ପଞ୍ଚାୟତ ସମିତି ର ବିଭିନ୍ନ ଅଞ୍ଚଳ ରୁ ଜିଲ୍ଲାପାଳ ଙ୍କୁ ଭେଟି ନିଜର ତଥା ନିଜ ଅଞ୍ଚଳ ର ସମସ୍ୟା,ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଆସିଥିବା 30ଟି ଅଭିଯୋଗ ପଞ୍ଜିକରଣ କରାଯାଇଥିଲା ସେଥି ମଧ୍ୟରୁ 22ଜଣଙ୍କର ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିବାବେଳେ 8 ଗୋଟି ଗୋଷ୍ଟିଗତ ଥିଲା। ଏତିରୁ ଗୋଟିଏ ସମାଧାନ ହଇ ଥିବା ବେଳେ ସମୁଦାୟ ଅଭିଯୋଗ ମଧ୍ୟରୁ ତୁରନ୍ତ 29 ଗୋଟି ଅଭିଯୋଗ ଶୁଣାଣି ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା |ଅନ୍ୟ ଅଭିଯୋଗ ଗୁଡ଼ିକର ସମାଧାନ ଓ ପଦକ୍ଷେପ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଯଥାଶୀଘ୍ର ଶେଷ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। 8 ଜଣଙ୍କୁ ହୁୱେଲ ଚେର ପ୍ରଦାନ କରାଯାଇଥିବା ବେଳେ 2 ଟ୍ରIଇ ସାଇକେଲ ପ୍ରଦାନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଏସ ପି,ଉପ ଜିଲ୍ଲାପାଳ,ଏସ ଡି ପି ଓ,ଆର ଡ଼ି ଭିବାଗ, pwd ଭିବାଗ,ବିଡ଼ିଓ ,ବି ଏସ ଏସ ସ ,ସି ଡି ପି ଓ,ଏଇ, ଜେଇ,ଝରୀଗାଁ ଥାନାଅଧିକାରୀ , ଡିପିଓ,ଜିପିଓ ଶହ ସରକାରୀ କର୍ମ ଚାରି ଥିଲେ।