Hot Posts

6/recent/ticker-posts

ମାଙ୍କଡ଼ ଆକ୍ରମଣ ରେ ବୃଦ୍ଧା ଗୁରୁତର

ଝରିଗାଁ, ୦୯/୦୩ ( ନକୁଳ ଭତ୍ରା ) : ବକଡାବେଡା ରୋଡ଼ ସାହି ରେ ଦିନକୁ ଦିନ ମାଙ୍କଡ଼ ଆକ୍ରମଣ ରେ ଆତଙ୍କ ଚହଳ ସୃଷ୍ଟି କରିଛି | ଚଳିତ ଦୁଇ ମାସ ତଳେ ଦୁଇ ଜଣଙ୍କୁ ମାଙ୍କଡ ଆକ୍ରମଣ କରିଥିବା ବେଳେ ଗତ କାଲି ଆଉ ଜଣଙ୍କୁ ଆକ୍ରମଣ କରିଛନ୍ତି | ବାରମ୍ବାର ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡାବେଡା ପଂଚାୟତ ସଦର ମହୋକୁମା ସ୍ଥିତ ରୋଡ଼ ସାହିରେ ଗତ କାଲି ସନ୍ଧ୍ୟା ୫ଘଣ୍ଟା ସମୟରେ ବୈଶାଖୀ କଲାର ବୟସ (୭୫) ଙ୍କୁ ମାଙ୍କଡ଼ ଆକ୍ରମଣ କରିଥିବା ଜଣାପଡିଛି | ସେ ନିଜ ସ୍ୱାମୀ ମୁର୍ତ୍ତୃ ପରେ ତାଙ୍କର ସାନ ଝିଅର ପୁଅ ଘରେ ଦୀର୍ଘ ଦିନ ହେବ ରହି ଆସୁଛନ୍ତି | ବୈଶାଖୀ ସବୁଦିନ ପରି ଆଜି ବି ଘରର ବାରଣ୍ଡାରେ ବସିଥିବା ସମୟରେ ଦୁଇଟି ମାଙ୍କଡ ଆସି ତାଙ୍କୁ ଆକ୍ରମଣ କରିଥିଲେ | ଆକ୍ରମଣ ରେ ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆ ଯାଇଛି | ଏନେଇ ଦୁଇମାସ ତଳେ ଡାବୁଗାଁ ରେଞ୍ଜରଙ୍କୁ ଜଣାଇବା ପରେ ରେଞ୍ଜରଙ୍କ ନିର୍ଦେଶ କ୍ରମେ ଚାରିଜଣ ଗାର୍ଡ ଆସି ତଦନ୍ତ କରି କହିଥିଲେ | ଯଥା ଶୀଘ୍ର ସପ୍ତାହ ଭିତରେ ମାଙ୍କଡ ମାନଙ୍କୁ ଧରି ବାହାରକୁ ନେବା ବ୍ୟବସ୍ଥା କରିବୁ ବୋଲି ବିଭାଗୀୟତରଫରୁ ପ୍ରତିଶୃତି ଦେଇଥିଲେ | କିନ୍ତୁ ଦୁଇ ମାସ ଭିତିଗଲାଣି ହେଲେ ଆଜି ପ୍ରଯ୍ୟନ୍ତ ଜଙ୍ଗଲ ବିଭାଗୀୟ ଅଧିକାରୀ ଦେଖା ଦର୍ଶନ ନାହିଁ | ଏପଟେ ଦିନକୁ ଦିନ ମାଙ୍କଡ ମାନେ ଲୋକଙ୍କୁ ଆକ୍ରମଣ କରୁଥିବାରୁ ସାହିର ଲୋକେ ବାହାରକୁ ବାହାରିବାକୁ ଡରୁଛନ୍ତି | ଏଥି ପ୍ରତି ଜଙ୍ଗଲ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେହି ଯଥା ଶୀଘ୍ର ମାଙ୍କଡ ମାନଙ୍କୁ ଧରି ଅନ୍ୟତ୍ର ନେବା ବ୍ୟବସ୍ଥା କରିବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି |