ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା
ବରୀ, ୨୬/୦୩ ( ରଂଜିତ ମହାନ୍ତି ) : ବରୀ ଯାଜପୁର ଶିକ୍ଷାମଣ୍ଡଳୀ ଅଧିନ ମିର୍ଜାପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ର ଛାତ୍ର ଓ ଛାତ୍ରୀ ମାନଙ୍କୁ ଆଜି ବିଦ୍ୟାଳୟ ପରିସର ରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ପରିଚାଳନା କମିଟି ର ସଭାପତି ସତ୍ୟବ୍ରତ ବାରିକ ଙ୍କ ସଭାପତି ତ୍ୱ ରେ ସିଆରସିସି ସୁଧୀର କୁମାର ଓଝା, ପୂର୍ବତନ ପ୍ରଧାନଶିକ୍ଷୟତ୍ରୀ ଇନ୍ଦୁମତୀ ମହାରଣା, ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଅନୁସୟା ଜେନା ଅତିଥି ଭାବେ ଯୋଗଦେଇ ଅଷ୍ଟମ ଶ୍ରେଣୀ ର ଛାତ୍ର ଓ ଛାତ୍ରୀ ମାନଙ୍କୁ ପରୀକ୍ଷା ବୋର୍ଡ, ଖାତା, କଲମ, ପେନସିଲ, ରବର ଓ ପୁଷ୍ପଗୁଚ୍ଛ ଦେଇ ଅଷ୍ଟମ ଶ୍ରେଣୀ ର ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ପଲ୍ଲାଇ, ରତ୍ନପ୍ରଭା ପଣ୍ଡା, ତନୁଜା ଚlଟାଜୀ, ଶ୍ୟାମ ପ୍ରସାଦ ଚlଟାଜୀ, ଏସକେ ମୁସ୍ତକ ଅଲ୍ଲୀ, ଦେବୀ ପରିଡା, ଅନିଲ କୁମାର ଜେନା ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ l