Hot Posts

6/recent/ticker-posts

ଶ୍ରୀ ଶ୍ରୀ ଶ୍ରୀ ତ୍ରିନାଥ ମନ୍ଦିର, ଶମ୍ଭୁ ନଗର ପଡା ବାର୍ଷିକ ଉତ୍ସବ ଉପଲକ୍ଷେ ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ

ଭବାନୀପାଟଣା, ୨୭/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅଦ୍ୟ ତା. ୨୭.୦୩.୨୦୨୬ ରିଖ, ଶମ୍ଭୁ ନଗର ପଡା, ୱାର୍ଡ ନଂ-୧୫, ଭବାନୀପାଟଣାରେ ଶମ୍ଭୁ ନଗର ସେବା ସମିତି ପକ୍ଷରୁ ଶ୍ରୀ ରାମ ନବମୀ ପବିତ୍ର ତିଥିରେ ଶ୍ରୀ ଶ୍ରୀ ଶ୍ରୀ ତ୍ରିନାଥ ମନ୍ଦିରର ବାର୍ଷିକ ଉତ୍ସବ ଉପଲକ୍ଷେ ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ଆୟୋଜିତ ହୋଇଥିଲା। ଏହି ପବିତ୍ର ଅବସରରେ ସମସ୍ତ ଶ୍ରଦ୍ଧେୟ ନାମପ୍ରେମୀ ଭକ୍ତମାନଙ୍କୁ ସପରିବାର ଯୋଗଦାନ ପାଇଁ ଅନୁରୋଧ କରାଯାଇଥିଲା, ଯାହାଦ୍ୱାରା ସେମାନେ ଭଗବାନଙ୍କ ନାମାମୃତ ପାନ କରି ଆତ୍ମିକ ଆନନ୍ଦ ଲାଭ କରିପାରିବେ। ତା. ୨୬.୦୩.୨୦୨୬, ଗୁରୁବାର ସନ୍ଧ୍ୟା ୫.୦୦ ରୁ ୬.୪୫ ପର୍ଯ୍ୟନ୍ତ ଜଳାଧୁବାସ ଓ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା। ତା. ୨୭.୦୩.୨୦୨୬, ଶୁକ୍ରବାର ସକାଳ ୭.୧୫ରେ ନାମଯଜ୍ଞ ଆରମ୍ଭ ହୋଇଥିଲା। ତା. ୨୮.୦୩.୨୦୨୬, ଶନିବାର ନାମଯଜ୍ଞ ସମାପନ ସହ ନଗର କୀର୍ତ୍ତନ, ଦଧିହାଣ୍ଡି ଭଞ୍ଜନ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ । ଦିବା ୧.୦୦ ଘଣ୍ଟାରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଅଛି। ଏହି ଅବସରରେ ଶମ୍ଭୁ ନଗର ସେବା ସମିତି ଓ ସ୍ଥାନୀୟ ପଡାବାସୀମାନଙ୍କ ସହଯୋଗରେ ବିଶାଳ ଭକ୍ତସମାଗମ ଦେଖିବାକୁ ମିଳିଥିଲା। ସମଗ୍ର ପରିବେଶ ଭକ୍ତିମୟ ଓ ଆନନ୍ଦମୟ ହୋଇଉଠିଥିଲା, ଯେଉଁଠାରେ ସମସ୍ତ ଭକ୍ତମାନେ ଭଗବାନଙ୍କ ନାମ ସ୍ମରଣ କରି ଆନନ୍ଦ ଓ ଆତ୍ମିକ ସନ୍ତୋଷ ଲାଭ କରିଥିଲେ। ଏବଂ  ସୌଜନ୍ୟ ଶମ୍ଭୁ ନଗର ସେବା ସମିତି ଓ ଶମ୍ଭୁ ନଗର ପଡା ବାସୀ ସହଯୋଗ ହାଥ ବଢ଼େଇଥିଲେ ଓ ଏକ ଅଧ୍ୟତ୍ମିକ ସୁସ୍ଥ ପରିବେଶ ବର୍ତବରଣରେ ଭଗବାନ ଙ୍କ ଆନନ୍ଦ ଲାଭ କରିଥିଲେ l




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ